ପଦରୁ ଇସ୍ତଫା ଦେଲେ ବିରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ ।

0 274

ଉଲୁଣ୍ଡା,୧୬/୦୮(ପିପିଟି); ଅଧ୍ୟକ୍ଷ ପଦ ଛାଡିଲେ ସୁବର୍ଣ୍ଣପୁର ଜିଲ୍ଳା ବିରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ । ବ୍ୟକ୍ତିଗତ ତଥା ପାରିବାରିକ ସମସ୍ୟା କାରଣରୁ ଇସ୍ତଫା ଦେଇଛନ୍ତି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି । ନିଜ ପଦ ଛାଡିବା ସହ ରାଜନିତିରୁ ଅବସର ନେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସନ୍ତୋଷ ଭୋଇ ବର୍ତ୍ତମାନ ବିଜେପି ଯୁବ ମୋର୍ଚ୍ଚାର ସଭାପତି ମଧ୍ୟ ଅଛନ୍ତି । ତେବେ ଦଳ ତାଙ୍କ ଉପରେ ଦେଇଥିବା ଦାୟିତ୍ବକୁ ସୁଚାରୁ ରୁପେ ପାଳନ କରିଥିବା ବେଳେ ଆଗାମି ଦିନରେ ଦଳର ନିଷ୍ପତ୍ତି ଉପରେ ନିର୍ଭର କରୁଛି ବୋଲି କହିଛନ୍ତି । ସେ ପୁର୍ବରୁ ଜଣେ କମ୍ପ୍ୟୁଟର ଶିକ୍ଷକ ଭାବରେ ବେଶ ଜଣାଶୁଣା ଥିଲେ । ଅଧ୍ୟକ୍ଷ ପଦ ଛାଡିବା ପରେ ପୁଣି ଶିକ୍ଷକତା କରିବି ବୋଲି କହିଛନ୍ତି । ତେବେ କୌଣସି ରାଜନୈତିକ ଚାପ କିମ୍ବା କୌଣସି ପ୍ରକାର ବିରୋଧର ଶିକାର ହୋଇ ପଦ ଛାଡି ନାହାଁନ୍ତି ବୋଲି କହିଛନ୍ତି । ଆଗାମୀ ଦିନରେ ଲୋକଙ୍କ ପାଇଁ ସେବା କାର୍ଯ୍ୟ ଜାରି ରଖିବା ସହ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବି ବୋଲି କହିଛନ୍ତି । ଏହା ସହିତ ଆଗାମି ଦିନରେ କୌଣସି ପଦ ପଦବି ପାଇଁ ଲଢିବି ନାହିଁ ବୋଲି ଘଷୋଣା କରିଛନ୍ତି । ବ୍ୟକ୍ତିଗତ ଭାବେ ଲିଖିତ ଇସ୍ତଫା ପତ୍ର ବିଡିଓଙ୍କୁ ଆଜି ପ୍ରଦାନ କରିବି ବୋଲି ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.