ପଦନ୍ନୋତି ପାଇଥିବା ଲେଭେଲ ଥ୍ରି ପ୍ରଧାନ ଶିକ୍ଷକ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

0 361

ଭଞ୍ଜନଗର,୨୮/୦୧(ପିପିଟି);ଭଞ୍ଜନଗର ବ୍ଳକରେ ପଦନ୍ନୋତି ପାଇଥିବା ଲେଭେଲ ଥ୍ରି ପ୍ରଧାନ ଶିକ୍ଷକ ଏବଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକମାନଙ୍କୁ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିପାଇଁ ଆୟୋଜିତ ସଭା ଓ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ମୋ ସ୍କୁଲ ଅଭିଯାନ ଅଧିନରେ ପ୍ରସ୍ତୁତ ହୋଇଥିବା ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନଫରେନସ ହଲକୁ ଉଦ୍‌ଘାଟନ କରିଥିଲେ । ସେ ଏହି ଅବସରରେ ପ୍ରତ୍ୟେକ ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକ ନିଜ ନିଜ ବିଦ୍ୟାଳୟରେ ଶିଶୁ ପ୍ରିୟ ପରିବେଶ ସୃଷ୍ଟି ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁ ପ୍ରିୟ ପରିବେଶକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତେ ଏହି ବିଦ୍ୟାଳୟକୁ ମୋଡେଲ ରୂପେ ନେଇ ନିଜ ର ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଆହ୍ବାନ ଦେଇଥିଲେ । ମୋ ସ୍କୁଲ ଅଭିଯାନରେ ଭଞ୍ଜନଗର ବ୍ଳକ ର ଶିକ୍ଷକ,ଶିକ୍ଷୟିତ୍ରୀ ତଥା ସି.ଆର୍.ସି.ସି ମାନଙ୍କ ଅବଦାନ ଓ ଯୋଗଦାନ ଉଲ୍ଲେଖନୀୟ ରହିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଲେଭଲ ଥ୍ରୀ ରୂପେ ପଦନ୍ନୋତି ପାଇଥିବାରୁ ଏହି ପଦବୀର ଗୁରୁତ୍ବକୁ ନିଜର ବିଦ୍ୟାଳୟ ପରିବେଶରେ ମଧ୍ୟ ପ୍ରତିଫଳିତ କରିବା ପରି ଗୁରୁ ଦାୟିତ୍ବ ସମସ୍ତଙ୍କ ରହିଛି ବୋଲି ନିଜ ବକ୍ତବ୍ୟରେ ସେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ରୂପେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର୍.ସି.ସି ହୃଷିକେଶ ସ୍ବାଇଁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାୟକଙ୍କ ସମେତ ଅଲୋଷ୍ଟାର ରାଜ୍ୟ ସଭାପତି ତଥା ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା, ଓଷ୍ଟାର ଉପ ସଭାପତି ତଥା ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଓ ଗଞ୍ଜାମ ଜିଲ୍ଲା ଓଷ୍ଟାର ସାଧାରଣ ସଂପାଦକ ବିଜୟ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ପଦୋନ୍ନତି ପାଇଥିବା ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ସି.ଆର୍.ସି.ସି ମଧ୍ୟ ନିମନ୍ତ୍ରିତ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସା ଦେବୀ ଗାନ କରିଥିବା ବେଳେ ଅନ୍ତିମ ସଙ୍ଗୀତ ନେତାଜୀ ବିଷୋୟୀ ଗାନ କରିଥିଲେ । ଏହି ଅବସରରେ କୋଭିଡ କଟକଣା ମାନି ଆୟୋଜିତ ବନ୍ଧୁମିଳନ ଭୋଜିରେ ସମସ୍ତେ ଅଂଶ ଗ୍ରହଣ କରିଥିଲେ । ଭାଗ୍ୟଶାଳୀ ବିଜେତା ରୂପେ ମୁଜାଗଡ ସି.ଆର୍.ସି.ସି ଭଗବାନ ଭୂୟାଁ ଓ ଜିଲୁଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.