ବାଲିଗୁଡା,୨୭/୦୨(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ଦାସ, ଉପସଭାପତି ବଂଶୀଧର ପଣ୍ଡା,ସମ୍ପାଦକ ଭାବେ ମଦନ ମୋହନ ପାଢୀ,ସହ ସମ୍ପାଦକ ଭଗବବାନ ପଣ୍ଡା, କୋଷାଧକ୍ଷ ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ଅଧିକାରୀ ଭାବେ ଶିବରାମ ପ୍ରଧାନୀ,ଉପଅଧିକାରୀ ଭାବେ ସୁବାଷ କହଁର ଏବଂ ଉପଦେଷ୍ଟା ଭାବେ ଅଶୋକ କୁମାର ପଟ୍ଟନାୟକ,ସୋମନାଥ ପଣ୍ଡା, ଯୋଗେନ୍ଦ୍ର ଜେନା ପ୍ରମୁଖ ମନୋନୀତ ହୋଇଛନ୍ତି । ଏହାପରେ କମିଟି ଦ୍ୱାରା ଆଗାମୀ ଦିନରେ ତେରଶମ୍ଭୁ ମିଳନ ଆସନ୍ତା ଏପ୍ରିଲ ୯ତାରିଖ ରବିବାର ଦିନ ବଜାର ଛକ ଠାରେ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥି ନିମନ୍ତେ ଆଗୁଆ ପ୍ରସ୍ତୁତି କରିବା ପାଇଁ ଆଲୋଚନା କରାଯାଇଛି । ଏହି ତେରଶମ୍ଭୁ ମିଳନ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିବା ପାଇଁ କମିଟିର ସଭାପତି ଶ୍ରୀ ଦାସ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)