ପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ।

0 238

ରାୟଗଡା,୦୫/୧୧(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ପଞ୍ଚାୟତରେ ୩ଗୋଟି ସ୍ୱାସ୍ଥ୍ୟ ସବସେଣ୍ଟର ରାମନାଗୁଡା, ପାରିଖିତି ଏବଂ କଣ୍ଡାଜାମ ର ମୋଟ ୧୪ଜଣ ଆଶାକର୍ମୀ ଯୋଗଦେଇଥିଲେ।କୋଭିଡ-୧୯ରେ ପ୍ରତି ଗାଁ କଲ୍ୟାଣ ସମିତିକୁ ୧୦,୦୦୦/-ଟଙ୍କା ଅନୁଦାନ ମିଳିଛି। ସେହି ଅନୁଦାନ ସେମାନେ ଗାଁର ପରିମଳ, ହାତଧୁଆ, କାନ୍ଥ ଚିତ୍ର ମାଧ୍ୟମରେ ସଚେତନତା ,ଡାକ୍ତରୀ ଟିମ ଗାଁକୁ ଗଲାବେଳେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଵ୍ୟୟ କରାଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ କହିଥିଲେ। ଗାଁର ପରିବେଶ ଠିକ୍ ରହିଲେ ସମସ୍ତେ ସୁସ୍ଥ ରହିବା ଏବଂ କରୋନା ଭଳି ମହାମାରୀକୁ ଏଡାଇପାରିବା।ଏହି କଥା ଗାଁର ପ୍ରତି ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ଆଶା କର୍ମୀମାନେ ଶପଥ ନେଇଥିଲେ। ଆଜିର ଏହି ବୈଠକରେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର, ବ୍ଲକ ପ୍ରକଳ୍ପ ସଂଚାଳକ କମଳାକର ରାଓ ଏବଂ ସ୍ୱାସ୍ଥ୍ୟକର୍ମୀ ଉର୍ମିଳା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଭାତ କୁମାର ଶତପଥି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା)

Leave A Reply

Your email address will not be published.