ପଞ୍ଚାୟତ ପ୍ରାର୍ଥୀଙ୍କୁ ନେଇ କୋଦଳା ପୋଲିସର ସମନ୍ନୟ ବୈଠକ ।

0 240

କୋଦଳା,୦୧/୦୨(ପିପିଟି): ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ମୁକ୍ତ ଭାବେ ଶେଷ କରିବାକୁ ନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପ୍ରକାରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ରଣାଙ୍ଗନ ରେ ଥିବା ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀକୁ ନେଇ ଏକ ବୈଠକ ଆୟୋଜନ ହୋଇଯାଇଛି ।ନିର୍ବାଚନକୁ ସମ୍ପୂର୍ଣ ନିରପେକ୍ଷ,ମୁକ୍ତ ଓ ଅହିଂସା ମଧ୍ୟରେ ଶେଷ କରିବା ପାଇଁ ସଚେତନ କରିଥିଲେ । କେଉଁଠି ଯେମିତି କିଛିବି ହିଂସାତ୍ମକ କାର୍ଯ୍ୟକଳାପ ଶୃଷ୍ଟି ନ ହେବ ସେଥିପ୍ରତି ପ୍ରାର୍ଥୀ ମାନେ ଧ୍ୟାନ ଦେବାକୁ କହିବା ସହିତ ଯଦି କେଉଁଠି କିଛି ଗଣ୍ଡଗୋଳର ଆଭାସ ଆସେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇବାକୁ ଜଣାଇଥିଲେ କୋଦଳା ଥାନା ଅଧିକାରୀ । ଆଜିର ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀଙ୍କ ସମେତ ଅତିରିକ୍ତ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା,ପୋଲିସ କର୍ମକର୍ତ୍ତା ଓ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.