ପଞ୍ଚାୟତ ଓ ଏନ୍ଏସି ରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ କଲେ ବିଧାୟକ ।

0 260

ବେଲଗୁଣ୍ଠା,୧୪/୧୨(ପିପିଟି): ବେଲଗୁଣ୍ଠା ଏନ୍ଏସି ଓ ବ୍ଲକ ର ୭ଟି ଗ୍ରାମପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶଶୀଭୁଷଣ ମହାପାତ୍ର, ଅତିରିକ୍ତ ଗୋଷ୍ଟି ଉନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ , ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ,ଲଷ୍ମୀପ୍ରିୟା ବେହେରା,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁଞ୍ଜ ବିହାର ନାୟକ ,ଯୁବ ବିଜେଡି ସଭାପତି ଶିବରାମ ରାଉତ , ବ୍ଲକ ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା,ଉପସ୍ଥିତ ଥିଲେ । ବ୍ଲକର ଖେତ୍ରିୟବରପୁର ଠାରେ କ୍ଷେତ୍ରୀୟବରପୁର,ଶାସନ, ପାଇଲିପୋଡ଼ା, ଗାଙ୍ଗପୁର ଓ ଖଇରାପୁଟି କୁ ମିଶାଇ ପାଞ୍ଚଟି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିବା ବେଳେ ଗୋବରା ଓ ବଡପଡା ଠାରେ ମଧ୍ୟ କାର୍ଡ ବଣ୍ଟନ କରାଯାଇଥିଲା ସମାଜସେବୀ ଶରତ ସ୍ଵାଇଁ ଉପସ୍ଥିତ ଥିଲେ । ଗୋବରା ଠାରେ ୧୧୪ ଜଣଙ୍କୁ କାର୍ଡ ଦିଆଯାଇଥିବା ବେଳେ ରାଧାସ୍ୱାମୀ ରାଜୁ,ସନ୍ତୋଷ ମଲ୍ଲ,ସରପଞ୍ଚ ଇନ୍ଦିରା ବାଇ ରାଜୁ, ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ,ପୂର୍ବତନ ସମିତି ସଭ୍ୟ ରାମେଶ୍ୱର ରାଉତ,ଶିକ୍ଷାବିତ ରାମକୃଷ୍ଣ ପାତ୍ର, ଗ୍ରାମସେବକ ସୁବାସ ଚନ୍ଦ୍ର ଦଳବେହେରା, ଯୋଗାଣ ସହାୟକ ଇତିଶ୍ରୀଦେବୀ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଖେତ୍ରିୟବରପୁର ଠାରେ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବେଲଗୁଣ୍ଠା ଏନ୍ଏସି ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଜି ପ୍ରଥମ ଦିନରେ ୧୩୭ ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ପ୍ରଶାସକ ଜ୍ୟୋତି ଶଙ୍କର ରାୟ,ପୂର୍ବତନ ନଗର ପାଳ ପ୍ରଶାନ୍ତ ସାହୁ ଓ ଚନ୍ଦ୍ରମଣି ସାମଲ, ଓ ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୁରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.