ବୋଲଗଡ଼,୧୬/୦୨(ପିପିଟି):କେନ୍ଦ୍ର ସରକାର ଙ୍କ ଓଡିଶା ପ୍ରତି ଅବହେଳା ଓଡିଶାକୁ ଦୃଢ ନିନ୍ଦା କରି କେନ୍ଦ୍ର ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କ ନିମନ୍ତେ ଚାଉଳ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ହିତାଧିକାରୀଙ୍କ ୫ କିଲୋ ଚାଉଳ ବନ୍ଦ କରିବା ପରେ ହିତାଧିକାରୀଙ୍କ ହକ ପାଇଁ ବିଜେଡି ପକ୍ଷରୁ ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସାଗରଗୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଠାରେ ପଞ୍ଚାୟତର ହିତାଧିକାରୀ,ବିଜେଡି କର୍ମୀମାନେ ଓ ୨୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଦୃଢତାର ସହିତ ପ୍ରତିବାଦ କରି ଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)