ପଞ୍ଚମ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ ।

0 84

ଭୁବନେଶ୍ୱର,(ପିପିଟି ନ୍ଯୁଜ୍) ୦୨ା୦୪-ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯଥା ଦେହେ ତଥା ଦେବେର କଥା । ଶ୍ରୀରାମଙ୍କ ବନବାସ ଓ ତାଲାବନ୍ଦର କଥା ବୁଝେଇ କହିଛନ୍ତିି । ବିଦେଶରୁ ଫେରିଥିବା ବ୍ୟକ୍ତି ୧୪ଦିନ ପୃଥକୀ କରଣରେ ରୁହନ୍ତୁ । କୌଣସି ଲକ୍ଷଣ ନଥିଲେ ବି ଘରେ ରହି ନିଜ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖନ୍ତୁ । ଲକ୍ଷଣ ଦେଖାଦେଲେ ୧୦୪କୁ ଫୋନ କରନ୍ତୁ । କରୋନା ବିଶ୍ୱରେ ଏଯାଏଁ ୨୦୩ଦେଶ ଓ୨ଟି ଜାହାଜରେ ବ୍ୟାପିଛି । ବିଶ୍ୱରେ ୪୭ହଜାର ୨୭୯ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଦେଶରେ ୧୯୬୫ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୫୦ଜଣଙ୍କର ମୃତ୍ୟୁ ହୋଇସାରିଛି ।ସେହିପରି ରାଜ୍ୟରେ ୯୦୦ ନମୁନାର ରିପୋର୍ଟ ମିଳିଛି । କରୋନା ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ପଜିଟିଭ୍ କେସ୍ ୫କୁ ବୃଦ୍ଧି ପାଇଛି । ୧୫ ହଜାର ୮୯୫ ଜଣ ଅନଲାଇନ୍ ରେଜିଷ୍ଟ୍ରେସନ କରିଛନ୍ତି ।

Leave A Reply

Your email address will not be published.