ଉଲୁଣ୍ଡା,୨୭/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ସ୍ଥିତ ଗଣେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ସାହିତ୍ୟିକ ଶ୍ରୀଧର ବାଗ ଆସନ୍ତା ୩୧ ତାରିଖରେ ଅବସର ନେଉଥିବାବେଳେ ତାଙ୍କରି ଉଦ୍ଧେଶ୍ୟରେ ଏକ ବହୁଭାସି କବିତା ଆସର ରାଗ ପଞ୍ଚମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ସାହିତ୍ୟିକ ଅଧ୍ୟାପକ ଦେବାଶିଷ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ କାର୍ଯ୍ୟକ୍ରମରେ ଡ଼. ପୁରୁଷୋତ୍ତମ ମିଶ୍ର ମୁଖ୍ୟଅତିଥି ଏବଂ ସ୍ଥାନୀୟାୟ ସରପଞ୍ଚ ଅଶୋକ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବାବେଳେ ମୋ ସ୍କୁଲ ଅଭିଯାନର ସଭାପତି ମନମାଳୀ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ଵିତୀୟାର୍ଦ୍ଧରେ କବି ଲକ୍ଷ୍ମୀନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ଡ଼ ଅନିରୁଦ୍ଧ କୁରୁକୁରିଆ ସମୀକ୍ଷା କରିଥିଲେ । କବି ସୌରଭ ରଞ୍ଜନ ଖମାରି,ଡ଼ ମୀନକେତନ କୁମ୍ଭାର, ଡ଼ ଦେବାଶିଷ ପାଣ୍ଡିଆ,ଭାର୍ଜନ କୁମାର ପ୍ରଧାନ,ଶ୍ରୀଧର ବାଗ ଲକ୍ଷ୍ମୀ ନାରାୟଣ ସାହୁ,ଗବେଷକ ସୁଦାମ ନାଏକ, ଯୁବକବି ଆଶିଷ ମିଶ୍ର, ଦ୍ବିତିକୃଷ୍ଣ ପଣ୍ଡାଙ୍କ ସମେତ ବହୁ କବି ସ୍ଵ ରଚିତ କବିତା ଆବୃତ୍ତି କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )