ଯାଜପୁର,ତା ୧୩/୦୪(ପିପିଟି); ସାମାଜିକ ଓ ଶିକ୍ଷାଗତ ପଚ୍ଥୁଆ ବର୍ଗ ତାଲିକା ପ୍ରସ୍ତୁତି ସମୟରେ ନିଷ୍ଠାପର ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଗୁରୁତ୍ୱ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଓଡିଶାର ପଚ୍ଥୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କରେ ସର୍ଭେ କରିବା ଲାଗି ନିୟୋଜିତ ବ୍ଳକ ଓ ପୌରାଞ୍ଚଳ ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ରାଠୋର ତଥ୍ୟ ସଂଗ୍ରହ ଓ ଫର୍ମ ପୂରଣ ସମୟରେ ଯତ୍ନର ସହ କାର୍ଯ୍ୟ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ତଥ୍ୟାବଳୀ ଉଲ୍ଲେଖ ସମୟରେ ହିତାଧିକାରୀ ମାନଙ୍କର ସଠିକ ନାମ, ବୟସ ଓ ଅନ୍ୟାନ୍ୟ ତଥ୍ୟ ଗୁଡିକୁ ନିର୍ଭୁଲ ଭାବେ ଉଲ୍ଲେଖ କରିବା ସହ ପଚ୍ଥୁଆ ବର୍ଗର ତାଲିକାନୁସାରେ ସଠିକ ଭାବେ କାର୍ଯ୍ୟ ପରିଚାଳନା ପାଇଁ ସତର୍କ କରାଇ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନୋଡାଲ ଅପିଂସର ମିହିର ପ୍ରସାଦ ମହାନ୍ତି ବିସ୍ତୃତ ସୂଚନା ଦେଇ ଏହି ତାଲିକା ପ୍ରସ୍ତୁତିର ଆବଶ୍ୟକତା,ତାଲିକା ପ୍ରସ୍ତୁତିର ବ୍ୟବସ୍ଥା ଓ ପ୍ରତ୍ୟେକଙ୍କର କାର୍ଯ୍ୟ ପ୍ରଣାଳୀ ସଂପର୍କରେ ଅବଗତ କରାଇଥିଲେ । ସମସ୍ତଙ୍କ ଅବଗତି ନିମନ୍ତେ ପଚ୍ଥୁଆ ବର୍ଗର ତାଲିକା ପ୍ରତ୍ୟେକ ଗଣନା କେନ୍ଦ୍ରରେ ପ୍ରଦର୍ଶନ କରିବା, ସର୍ଭେ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ପ୍ରତ୍ୟେକ ସାମଗ୍ରୀ ଗୁଡିକୁ ଭଲଭାବେ ଅନୁଧ୍ୟାନ କରିବା, ସର୍ଭେ ନିମନ୍ତେ ଆସୁଥିବା ବ୍ୟକ୍ତି ଓ ତାଙ୍କ ପରିବାରର ସଦସ୍ୟଙ୍କ ପରିଚୟ ପ୍ରମାଣପତ୍ର ଓ ସଠିକ ରେସନ କାର୍ଡକୁ ଯାଞ୍ଚ କରିବା, ଆଇ.ସି.ଆର. ସର୍ଭେ ଫର୍ମକୁ ନିର୍ଭୁଲ ଓ ସୁନ୍ଦର ହସ୍ତାକ୍ଷରରେ ନିର୍ଦ୍ଧିଷ୍ଟ ବକ୍ସ ମଧ୍ୟରେ ପୂରଣ କରିବା ଓ ଫର୍ମ ପୂରଣ ସମୟରେ କଳା ବଲ ପଏଣ୍ଟ ପେନ୍ ବ୍ୟବହାର କରିବାକୁ ଗୁରୁତ୍ୱ ଦେଇଥିଲେ । ଯେଉଁ ମାର୍ଗଦର୍ଶିକା ଓ ନିଦ୍ଦେର୍ଶ ଆଧାରରେ ସରକାର ସର୍ଭେ ପାଇଁ ଦାୟିତ୍ୱ ଦେଇଚ୍ଥନ୍ତି ତାହାର ଯେପରି ଉଲ୍ଲଙ୍ଘନ ନ ହୁଏ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ପ୍ରକଳ୍ପ ନିଦ୍ଦେର୍ଶକ ଗୋପୀନାଥ କୁଅଁର ବିସ୍ତୃତ ତାଲିମ ପ୍ରଦାନ କରିବା ସହ ତୃଟିଶୂନ୍ୟ ଭାବେ ତଥ୍ୟ ହାସଲ ଓ ଫର୍ମ ପୂରଣର ବିଭିନ୍ନ କାର୍ଯ୍ୟ ଧାରା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବୃ ଚିତ୍ର ବା ଡକୁମେଣ୍ଟାର ଫିଲ୍ମ ମାଧ୍ୟମରେ ତାଲିକା ପ୍ରସ୍ତୁତିର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବ୍ୟବସ୍ଥା ସଂପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ତିଳୋମା ପୃଷ୍ଟି, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ବରିଷ୍ଠ ସହାୟକ ରମେଶ ଚନ୍ଦ୍ର ବୋଇତାଇ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ଜିଲ୍ଲାର ସମସ୍ତ ବି.ଡି.ଓ, ତହସିଲଦାର, ପୈାର ନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ମୋଟ ୮୧୬ ଟି କେନ୍ଦ୍ର ମାଧ୍ୟମରେ ଏହି ଗଣନା କରାଯିବ ଯେଉଁଥିରେ ୮୧୯ ଜଣ ଏନୁମେରେଟର ବା ଗଣନାକାରୀ ନିୟୋଜିତ ହେବେ । ସେମାନଙ୍କୁ ୮୫ ଜଣ ସୁପରଭାଇଜର, ୪୮ ଜଣ ବ୍ଳକ ଓ ପୌରାଞ୍ଚଳ ମାଷ୍ଟର ଟ୍ରେନର ଓ ୪ ଜଣ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଉପଯୁକ୍ତ ପ୍ରଶିକ୍ଷଣ ଓ ସହାୟତା ପ୍ରଦାନ କରାଇବେ ବୋଲି ଜଣାଯାଇଚ୍ଥି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସହାୟକ ମଦନ ମୋହନ ପତି ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ସର୍ଭେ ମେ ୧ ରୁ ମେ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।