ନ୍ୟାସନାଲ ଇଂଟିଗ୍ରେସନ କ୍ୟାମ୍ପ ୨୦୨୨ରେ ଶ୍ଳୋକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଲେ ବେଦ ଛାତ୍ର ସମ୍ଭବ ତ୍ରିପାଠୀ ।

0 253

ବ୍ରହ୍ମପୁର,୦୯/୦୬(ପିପିଟି): ନ୍ୟାସନାଲ ଇଂଟିଗ୍ରେସନ କ୍ୟାମ୍ପ ୨୦୨୨ରେ ଶ୍ଳୋକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଲେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ରହ୍ମପୁର ସ୍ଥିତ ରାମଧିନା ସଂସ୍କୃତ ମହାବିଦ୍ୟାଳୟର ସାମବେଦ ଛାତ୍ର ସମ୍ଭବ କୁମାର ତ୍ରିପାଠୀ। ମିନିଷ୍ଟ୍ରି ଅଫ ୟୁଥ ଅଫାୟାର୍ସ ଆଣ୍ଡ ସ୍ପୋର୍ଟସ, ରିଜିଓନାଲ ଡ଼ାଇରେକ୍ଟର ଏନଏସଏସ ଭୁବନେଶ୍ୱର ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଶିବିରରେ ଅତିଥିମାନେ ପୁରଷ୍କୃତ କରିଥିଲେ। ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ରିଜିଓନାଲ ଡ଼ାଇରେକ୍ଟର ସରିତା ପଟେଲ, ରାୟଗଡା ଉମେନ୍ସ କଲେଜ ପ୍ରିନ୍ସିପାଲ ଡକ୍ଟର ଅର୍ଚ୍ଚନା ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାଇସ ଚାନ୍ସେଲର ପ୍ରଫେସର ଗୀତାଞ୍ଜଳି ଦାସ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ତାଙ୍କର ଏହି କୃତିତ୍ୱଙ୍କୁ ସେ ପଢ଼ୁଥିବା କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.