ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ୍ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 333

କନ୍ଧମାଳ,୧୪/୦୨(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଡିଗାଁ ଗୋଷ୍ଠୀ କେନ୍ଦ୍ର ଠାରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ସୁଭଦ୍ରା କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ବୃନ୍ଦାବନ କହଁର, ଅଙ୍ଗନବାଡ଼ି କର୍ମୀ ସୁକାନ୍ତି କହଁର, ବିଦ୍ୟାଧର କହଁର, ଡିଏନଏସ ମହାବୀର ଯୁବକ ସଂଘର ସଭାପତି ସୁନିଲ୍ କୁମାର୍ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ କରୋନା କଟକଣା କୁ ଆଖି ଆଗରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯୁବକ ସଂଘ ସୁଙ୍ଗାମାହା, କିଙ୍ଗଷ୍ଟାର ଯୁବକ ସଂଘ,କୁଟିଗୁଡା ଯୁବକ ସଂଘ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବ୍ୟାଙ୍କ୍ ମିତ୍ର କଣ ବ୍ୟାଙ୍କ୍ ମିତ୍ର ହେଲେ କଣ କରିବାକୁ ପଡ଼ିବ ,କଣ ପ୍ରମାଣ ପତ୍ର ଦରକାର ଏହି ସବୁ ଉପରେ ଆଲୋଚନା କରାଯାଇଥିଲା । ଯୁବ ସଂଘ ସଦସ୍ୟ ନୀଳକଣ୍ଠ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.