ନେଟଙ୍ଗା ପଞ୍ଚାୟତରେ ବିଜେଡିର ପ୍ରଥମ ବିଜୟ ଉତ୍ସବ ପାଳନ ।

0 270

ବେଲଗୁଣ୍ଠା,୨୬/୦୨(ପିପିଟି): ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଞ୍ଚାୟତ ରେ ପଞ୍ଚାୟତ ନିର୍ବାଚନ ବିଜୟର ପ୍ରଥମ ବର୍ଷ ବିଜୟ ଉତ୍ସବ ପୂର୍ବତନ ସମିତି ସଭ୍ୟ ତଥା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର କୁମାର ଗୌଡଙ୍କ ଅଧକ୍ଷତା ରେ ପାଳନ ହୋଇଛି । ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ କର୍ମୀ ମାନଙ୍କୁ ଏକତାର ପଞ୍ଚାୟତ ବିକାଶରେ ସହଯୋଗ ପାଇଁ ଗୁରୁମନ୍ତ୍ର ଦେଇଥିଲେ । ମୁଖ୍ୟବକ୍ତା ରୂପେ ବ୍ଲକ ବିଜେଡି ସଭାପତି ତଥା ସରପଞ୍ଚ ଏସ.ରାମେଶ୍ବର ପାତ୍ର,ସରପଞ୍ଚ ସୁପ୍ରଭା ଗୌଡ଼, ସମିତି ସଭ୍ୟ ରାଜୀବ ଲୋଚନ ନାଇକ, ନୟାବ ସରପଞ୍ଚ ସନାତନ ମହାନ୍ତି,ବ୍ଲକ ବିଜେଡି ଉପସଭାପତି ନିକୁଞ୍ଜ ଖଣ୍ଡୁଆଳ ପଞ୍ଚାୟତ ବିଜେଡି ସଭାପତି ସୁକାନ୍ତ ଲେଙ୍କା ଅତିଥି ଯୋଗଦେଇଥିଲେ । ଉପସଭାପତି ଦିବ୍ୟାଲୋଚନ ନାୟକ,ବରିଷ୍ଠ ନେତା ସୂର୍ଯ୍ୟମଣି ଗନ୍ତାୟତ, ଜୁରେଶ୍ୱର ଲେଙ୍କା,ଅକ୍ଷୟ ଗୌଡ଼, ଅରୁଣ ନାୟକ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.