ମାଲକାନଗିରି,୦୫/୦୧(ପିପିଟି): ଆଜି ମାଲକାନଗିରି ସଦର ମହକୁମା ଠାରେ ମା’ ଘର ଫାଉଣ୍ଡେସନ୍ ଭୁବନେଶ୍ଵର ଆନୁକୂଲ୍ଯରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମା’ ଘର ରାଜ୍ୟ ଅଧ୍ୟକ୍ଷା ସମାଜସେବୀ ତଥା ଆଇନଜୀବୀ ଋତୁପୂର୍ଣ୍ଣ ମହାନ୍ତି, ମା’ ଘର ଟ୍ରଷ୍ଟି ଅଞ୍ଜଳି ଦାସ , କୋରାପୁଟ ମା’ ଘର ଅଧ୍ୟକ୍ଷା ପ୍ରଭାତି ରାଉତ ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଗଠନ ହୋଇଥିବା ମା’ ଘର ଶାନ୍ତି ସେନା ଜିଲ୍ଲା କମିଟିକୁ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇ ନୂତନ ଅସ୍ଥାୟୀ କମିଟି ଗଠନ କରାଯାଇ ଥିଲା ବେଳେ ତାଙ୍କ ଉପରେ ମା’ ଘରର ସମସ୍ତ ଦାୟୀତ୍ବ ଅର୍ପଣ କରାଯାଇଛି । ପୂର୍ବତନ ସଭାନେତ୍ରୀ ପ୍ରଶାନ୍ତି ବିଶୋଇ ,ସଂପାଦିକା ଦୁଲାଲ ଥଣ୍ଡର ଓ ଅନ୍ୟ ସଦସ୍ୟମାନଙ୍କୁ ମା’ ଘର ନୀତି ଆଦର୍ଶ ବିରୁଧରେ କାମ କରି ମା’ ଘର ସୁରକ୍ଷା ସେନା ନାମ ରେ ଆଉ ଏକ ସଂଗଠନ ଗଠନ କରି ମା’ ଘର ଅନ୍ୟ ସଦସ୍ୟା ଓ ଶୁଭେଚ୍ଛୁ ମାନଙ୍କୁ ଭୁଆଁ ବୁଲାଇବା ଉଦ୍ଦେଶ୍ୟର କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ମା’ ଘର ମୁଖ୍ୟ କାର୍ଯ୍ୟଳୟ ତରଫରୁ ଏକ ନୋଟିସ୍ ଜାରି କରାଯିବା ସହ ତାଙ୍କ ପ୍ରାଥମିକ ସଦସ୍ୟତାକୁ ରଦ୍ଦ କରାଯାଇଛି ବୋଲି ଶ୍ରୀମତୀ ମହାନ୍ତି ପ୍ରକାଶ କରିଛନ୍ତି । ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ମା’ ଘର ସଦସ୍ୟାମାନଙ୍କୁ ଅନୁରୋଧ କରାଯାଇଛି ଯେ ମାଲକାନଗିରି ଜିଲ୍ଲା ପାଇଁ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାନେତ୍ର ଅଞ୍ଜୁ କୁଲଦୀପ୍ ଓ ସଂପାଦିକା ରୀନା ମାଢୀଙ୍କୁ ଯୋଗାଯୋଗ କରି ତାଙ୍କ ମା’ ଘର ପରିଚୟ ପତ୍ର ନମ୍ବର ରେଜିଷ୍ଟ୍ରେସନ କରାନ୍ତୁ । ନଚେତ ଫେବୃଆରୀ ମାସ ସୁଧା ସେ ପରିଚୟ ପତ୍ରଗୁଡିକୁ ବେଆଇନ୍ ଘୋଷିତ କରାଯାଇ ଥାନାରେ ଲିଖୁତ ଭାବେ ପ୍ରଦାନ କରାଯିବ ।ଏହା ବ୍ଯତୀତ ପ୍ରଶାନ୍ତିଲତା ବିଶୋଇ ଓ ଦୁଲାଲାଇ ଥଣ୍ଡର ତଥା ତାଙ୍କ ସାଥିମାନେ ମା’ ଘର ନାମରେ ବ୍ୟବହାର କରୁଥିବା ସମସ୍ତ ନଥିପତ୍ର, ପରିଚୟ ପତ୍ର , ରସିଦ୍ ବହି ଖାତା ଇଦ୍ୟାତି ବେଆଇନ୍ ଅଟେ । ଏହା ଦ୍ବାରା ଯଦି କେହି ଠକାମିର ଶିକାର ହୁଅନ୍ତି,ଏଥି ପାଇଁ ମା, ଘର ରାଜ୍ୟ କାର୍ଯ୍ଯାଳୟ ଦାୟୀ ରହିବ ନାହିଁ । ଏ ବାବଦରେ ରାଜ୍ୟ ଅଧ୍ୟକ୍ଷା ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅବଗତ କରାଯିବ ବୋଲି ମତବ୍ଯକ୍ତ କରିଛନ୍ତି । ଆଗାମୀ ଦିନରେ ମା’ ଘର ଶାନ୍ତି ସେନା କାର୍ଯ୍ୟକୁ ଆହୁରି କ୍ରିୟାଶୀଳ କରିଯିବ । ବର୍ତ୍ତମାନ ଏକ ନୂତନ କମିଟି ଗଠନ କରାଯାଇଛି ।ସେମାନେ ହେଲେ ଅଞ୍ଜୁ କୁଲଦୀପ୍ ସଭାନେତ୍ରୀ,ରୀନା ମାଢୀ ସଂପାଦିକା ,ମୁକେ କବାସୀ ଉପ ସଭାନେତ୍ରୀ,ଗାୟତ୍ରୀ ମାଡକାମୀ ସହ ସଂପାଦିକା ଏବଂ ସୁନିତା ମାଟମ୍ କୋଷାଧକ୍ଷ ଭାବେ ନୂତନ କର୍ମକର୍ତ୍ତା ଗଠନ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)