ବୋଲଗଡ଼,୨୩/୦୬(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ନୂତନ ପ୍ରଧାନ ଶିକ୍ଷକ ମହାଦେବ ପାଟ୍ଟଯୋଶୀ ଙ୍କୁ ବିଦ୍ୟାଳୟ ର ପ୍ରାକ୍ତନ ପଧାନ ଶିକ୍ଷକ ଗୋପାଳ ଚରଣ ସାହୁ ଉତରୀୟ ଫୁଲତୋଡା ସହ ସୌଜନ ମୁଳକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେଣୁ ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏସ ଏମ ସି ଚେୟାରପର୍ସନ ଅଂଶୁମାନ ବେହେରା,ମୋ ସ୍କୁଲ୍ କମିଟିର ଚେୟାରପର୍ସନ ବୈକୁଣ୍ଠ ନାଥ ଖୁଣ୍ଟିଆ, ପୂର୍ବତନ କ୍ରୀଡ଼ା ଶିକ୍ଷକ ଗୋପାଳ ଚରଣ ମହାନ୍ତି, ସରପଞ୍ଚ ରମାମଣି ଦେଇ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ।ପରି ଶେଷରେ ରେ ଶିକ୍ଷକ ବସନ୍ତ କୁମାର ଉତ୍ତର କବାଟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇ ଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)