ନୂତନ ଜ୍ଞାନ କୌଶଳରେ ଫୋଟଗ୍ରାଫି ତାଲିମ ।

0 333

ଭଞ୍ଜନଗର,୧୮/୦୪(ପିପିଟି):ଘୁମୁସର ଫୋଟଗ୍ରାଫର ଆସୋସିଏସନ ଓ ଫୋଟଗ୍ରାଫର ଆସୋସିଏସନ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ଆଜି ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ନିକୋନ କମ୍ପାନୀ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ନିକୋନ କମ୍ପାନୀର ଅଭିଜ୍ଞ କର୍ମକର୍ତ୍ତା ପଲ୍ଲବ ପାଉଲ, ମାର୍କେଟିଂ ଅଧିକାରୀ ଦେବାଂଶୁ ପଟ୍ଟନାୟକ, ମନୋରଞ୍ଜନ ରଣା, ସନ୍ତୋଷ କୁମାର ବେଜ,ମଡେଲ ଭକ୍ତି ପଟ୍ଟନାୟକ ଏବଂ ପାଓ ର ସମ୍ପାଦକ ଗୌରୀ ଶଙ୍କର ମହାଙ୍କୁଡ଼ ଉପସ୍ଥିତ ଥିଲେ। ଜିପିଏର ସଭାପତି ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଆଜିକାଲି ଯୁଗରେ ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଫୋଟ ଓ ଭିଡ଼ିଓ ଉତ୍ତୋଳନ କଲେ ତାହା ଅଧିକ ଆକର୍ଷଣୀୟ ହୋଇଥାଏ ଏବଂ ଗ୍ରାହକଙ୍କ ପସନ୍ଦ ହୋଇଥାଏ। ତେଣୁ ଫୋଟଗ୍ରାଫର ମାନେ ଉନ୍ନତ ମାନର କ୍ୟାମେରା ଦ୍ୱାରା ନୂତନ ଶୈଳୀରେ ଫୋଟଗ୍ରାଫି କରି ପୂର୍ବାପେକ୍ଷା ଅଧିକ ରୋଜଗାର କରିପାରିବେ ବୋଲି ଅତିଥିମାନେ କହିଥିଲେ। ନିକୋନ କମ୍ପାନୀର କର୍ମକର୍ତ୍ତା ମାନେ ବିଭିନ୍ନ ମଡେଲ କ୍ୟାମେରା ଓ ଲେନ୍ସର କାର୍ଯ୍ୟକାରିତା ଓ ତାହାକୁ ବ୍ୟବହାର କରି କିଭଳି ଫୋଟକୁ ଅଧିକ ଆକର୍ଷଣୀୟ କରିପାରିବେ ସେ ସମ୍ପର୍କରେ ତାଲିମ ଦେଇଥିଲେ । ଯେକୌଣସି ପରିସ୍ଥିତିରେ ମଧ୍ୟ ଜଣେ ଫୋଟ ଗ୍ରାଫର ଉନ୍ନତ କୌଶଳ ବ୍ୟବହାର କରି ସେହି ସ୍ମୃତିକୁ ଜୀବନ୍ତ କରିପାରିବ ବୋଲି କହିଥିଲେ।ଏହି ଶିବିରରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳର ପ୍ରାୟ ୫୦ଜଣ ଫୋଟ ଗ୍ରାଫର ଅଂଶ ଗ୍ରହଣ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.