ନୂତନ ଜିଲ୍ଲାପାଳଙ୍କ ଉଲୁଣ୍ଡା ବ୍ଲକ ପରିଦର୍ଶନ ।

0 334

ଉଲୁଣ୍ଡା,୦୭/୦୭(ପିପିଟି);ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଆଜି ଉଲୁଣ୍ଡା ବ୍ଲକ ପରିଦର୍ଶନରେ ଯାଇ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ପ୍ରଥମେ ଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବ୍ଲକ କର୍ମଚାରୀ ମାନେ ଜିଲାପାଳଙ୍କୁ ସ୍ୱାଗତ କରିଥିଲେ । ତାପରେ ପଞ୍ଚାୟତ ସମିତି ହାଇସ୍କୁଲ ଏବଂ ପଞ୍ଚମହଲା ହାଇସ୍କୁଲ ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ଯାଞ୍ଚ କରିବା ସହ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଉଲୁଣ୍ଡା ସ୍ଥିତ ମାଁ ମେଟାକାନୀ ପୀଠକୁ ଯାଇ ମାଁ ଙ୍କ ଦର୍ଶନ ସହ ନବନିର୍ମିତ ଶିଶୁ ଉଦ୍ୟାନ ବୁଲି ଦେଖିଥିଲେ ।ସେହିପରି ନିମ୍ନ। ଗ୍ରାମକୁ ଯାଇ ବୁଣାକାରମାନଙ୍କୁ ଭେଟି ସେମାନଙ୍କ ଉତ୍ପାଦିତ ଶାଢ଼ୀର ବଜାର ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ସୁଦୁରପ୍ରସାରି କରିବା ଦିଗରେ ଗୁରୁତ୍ୱାରୋପ କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଉଲୁଣ୍ଡା ବିଡ଼ିଓ ହେମସଗାର ଭୋଇ,ଉଲୁଣ୍ଡା ସରପଞ୍ଚ ସନ୍ତୋସିନୀ ଭୋଇଙ୍କ ସମେତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.