ନୂଆଗାଁ ବ୍ରିଜ ଉପରେ ଦୁର୍ଘଟଣା ; ଜଣେ ଗୁରୁତର ।

0 310

ବେଲଗୁଣ୍ଠା,୩୧/୦୫(ପିପିଟି); ବେଲଗୁଣ୍ଠା ନିକଟ ନୂଆଗାଁ ବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଅନେକ ଆହତ ହେଉଛନ୍ତି।ପୂର୍ବାପେକ୍ଷା ନୂତନ ବ୍ରିଜଟି ଓସାରିଆ ଓ ରାସ୍ତା ମଧ୍ୟ ଭଲ ହୋଇଥିଲେବି ବେପରୁଆ ଗାଡ଼ି ଚାଳନା ଓ ଅସାବଧାନତା ଯୋଗୁଁ ଅଧିକାଂଶ ସମୟରେ ଏଠାରେ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି। ସେହିପରି ସୋମବାର ମଧ୍ୟ ଭଞ୍ଜନଗର ନିକଟସ୍ଥ ଗଉଡ଼ିଆ ପଢାଳ ଗ୍ରାମର ଟିକିନା ସ୍ୱାଇଁ ଅନ୍ୟ ଜଣେ ସମର୍କୀୟ ସହ ବୁଲେଟ ଯୋଗେ ତନରଡ଼ା ଗ୍ରାମରେ ଏକ ଶୁଦ୍ଧି ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣା ଘଟିଥିଲା। ଟିକିନା ରାସ୍ତା ଉପରେ ଛିଟକି ପଡ଼ିବାରୁ ତାଙ୍କର ଆଖି ଏବଂ ଶରୀରର ଅନ୍ୟ କେତେକ ସ୍ଥାନରେ ଆଘାତ ଲାଗିଥିଲା ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ।ଉଭୟଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପରେ ଟିକିନା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.