ନୂଆଗାଁ ବ୍ରିଜ ଉପରୁ ବାଇକ ଖସି ଜଣେ ମୃତ, ଜଣେ ଗୁରୁତର ।

0 468

ଭଞ୍ଜନଗର,୧୪/୧୧(ପିପିଟି);ଭଞ୍ଜନଗର ଠାରୁ ବେଲଗୁଣ୍ଠା ରାସ୍ତାର ନୂଆଗାଁ ବ୍ରିଜ ଉପରେ ପାଟୁଳି ସାହିର ଗୌରୀ ପ୍ରସାଦ ସ୍ୱାଇଁ (୨୨) ଓ ତାର ସହଯୋଗୀ କଳା ଯମୁନା ଗ୍ରାମର ତ୍ରିପତି ମାଲୁ (୨୫)ବାଇକରେ ଆଜି ଦିନ ୪ଟା ସମୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ ଟି ପୋଲ ତଳକୁ ଖସି ଯାଇଥିଲା ଏବଂ ଉଭୟେ ବାଇକ ରୁ ଛିଟକି ଏକ ଗଛରେ ବାଡେଇ ହୋଇ ତଳ ରାସ୍ତାରେ ପଡ଼ିଥିଲେ। ଗୌରୀ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତ୍ରିପତି ଗୁରୁତର ଆହତ ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଦୁର୍ଘଟଣାରେ ବାଇକଟି ଭାଙ୍ଗି ଚୁରମାର ହୋଇଯାଇଛି। ଉଭୟେ ଗତକାଲି ବ୍ରହ୍ମପୁରରୁ ପାଟୁଳି ସାହିକୁ ଆସିଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.