କୋଦଳା,୨୬/୦୪(ପିପିଟି); କରୋନାର ଦ୍ଵିତୀୟ ଲହର ଅତି ଭୟଙ୍କର ରୂପରେ ଦେଖାଦେଇଛି!ଏହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲ ପ୍ରଶାସନ ଦୃଢତାର ସହିତ ଏହାର ମୁକାବଲା କରିବା ସହିତ ବାରମ୍ବାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଧର୍ମନୁଷ୍ଠାନ ପରିଚାଳନା କମିଟି, ଅଟୋ ସଙ୍ଘ ପ୍ରଭୃତି ଅନୁଷ୍ଠାନକୁ ନେଇ ସଚେତନ କରୁଥିବା ଜଣାପଡ଼ିଛି । ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛି । ପ୍ରତ୍ୟେକ ଦିନ ବିଭିନ୍ନ ଅନୁଷ୍ଠାନ କୁ ନେଇ ସେମାନଙ୍କ ସହିତ ଆଲୋଚନା କରିବା ସହିତ ସଚେତନ କରୁଥିବା ଜଣାପଡ଼ିଛି । ତଥାପି କେତେକ ଆସାଧୁ ବ୍ୟବସାୟୀ ନିୟମ ଉଲଂଘନ କରୁଥିବା ଅଭିଯୋଗ ହେଉଥିବାରୁ ତହସିଲଦାର ଅବନୀ କୁମାର ସାହୁ ଉଦବେଗ ପ୍ରକାଶ କରିଛନ୍ତି!ଯଦି ଆବଶ୍ୟକ ପଡେ ଅମାନିୟାଙ୍କୁ ସାବାଡ଼ କରିବା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ବୋଲି କହିଛନ୍ତି । ସୋମବାର ଅପରାହ୍ନ ରେ କୋଦଳା ର ବଣିକସଙ୍ଘ, ପରିବା ଦୋକାନୀ, ଉଠା ଦୋକାନୀ, ଠେଲାଗାଡି, ମାଛ/ମାଂସ ବ୍ୟବସାୟୀ ମାନଙ୍କୁ ନେଇ କରୋନାର ଦ୍ଵିତୀୟ ଲହର ର ଭୟବହାତା ବିଷରେ ବୁଝାଇ ସରକାରଙ୍କ ପାଞ୍ଚସୁତ୍ରୀ ନିୟମ ମାନି ପ୍ରତ୍ୟକ ବ୍ୟବସାୟୀ ୧୦ଫୁଟ ବ୍ୟବଧାନରେ ବସି ବ୍ୟବସାୟ କରିବେ, କେହିବି ରାସ୍ତାକଡ଼ରେ ବସିବେ ନାହିଁ, ହୋଟେଲ ରେ କେବଳ ପାର୍ଶାଲ ଦେବେ, ଉଠାଦୋକାନୀ/ଠେଲାଗାଡି ହୋଟେଲ ସମ୍ପୂର୍ଣ ବନ୍ଦ, ଯଦି କେହି ବି ଏହାକୁ ନ ମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଚେତାଇ ଦେଇଛନ୍ତି । ଏହାକୁ ନେଇ କୋଦଳା ଏନ୍ଏସି ବି ତତ୍ପରତା ଦେଖାଇଛନ୍ତି । ବାରମ୍ବାର ଡାକବାଜି ଯନ୍ତ୍ରଦ୍ୱାରା ଲୋକଙ୍କୁ ସଚେତନ କରୁଥିବା ବେଳେ ଆସ୍ଥାୟୀ ବ୍ୟବସାୟୀ ମାନଙ୍କ ପାଇଁ କୋଦଳା ରାଜସ୍ୱ ଡାକବଙ୍ଗଳା ପରିସରରେ ଆସ୍ଥାୟୀ ବାଉଁଶ ବାରିକେଡ଼ ବ୍ୟବସ୍ଥା କରାଯିବ ବୋଲି ଏନ୍ଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି । କୋଦଳା ପୋଲିସ ମଧ୍ୟ ସନ୍ଧ୍ୟାରେ ପ୍ରତ୍ୟକ ଛକ ମାନଙ୍କରେ ପହରାଦେଉଛନ୍ତି । କିଛି ଅମାନିୟାଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ କେତେକଙ୍କୁ ତାଗିଦ କରି ଛାଡୁଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )
Next Post