ନିୟମ ଉଲ୍ଲଂଘନ ଯୋଗୁଁ ୨ଦୋକାନ ସିଲ କଲା ପ୍ରଶାସନ ।

0 295

ଭଞ୍ଜନଗର/ବୁଗୁଡ଼ା,୦୫/୦୫(ପିପିଟି); ବର୍ଦ୍ଧିତ ମହାମାରୀ କୋରନା ବ୍ୟାପିବାରେ ବ୍ରେକ ଲଗେଇବା ପାଇଁ ସରକାର ଆଜି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି। ଭଞ୍ଜନଗର ଉପଖଣ୍ଡରେ ମଧ୍ୟ କୋଭିଡ ନିୟମ କିଭଳି ସଠିକ ପାଳନ ହେବ ସେଥିପାଇଁ ବିଭିନ୍ନ ସ୍ଥାନରେ ଚେକିଂ କୁ ଜୋରଦାର କରାଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକୁ ଖୋଲା ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ୫ଶହ ମିଟର ମଧ୍ୟରେ ଚାଲି ଚାଲି ଯାଇ ଜିନିଷ କିଣିପାରିବ। ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଲକ ଡାଉନର ପ୍ରଥମ ଦିନ ସ୍ଥିତି ଅନୁଧ୍ୟାନ ନିମନ୍ତେ ବୁଗୁଡ଼ା, ବେଲଗୁଣ୍ଠା ଏବଂ ଭଞ୍ଜନଗର ଅଞ୍ଚଳ ବୁଲି ଦେଖିଥିଲେ। ବୁଗୁଡ଼ାରେ ଦୁଇ ଗୋଟି ଦୋକାନ କୋଭିଡ ନିୟମ ଅବମାନନା କରିଥିବା ଯୋଗୁଁ ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୁଗୁଡ଼ା ଏନ୍ଏସି ତରଫରୁ ଦୋକାନକୁ ସିଲ କରାଯାଇଛି। ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଲକ ଡାଉନ କାଳରେ ସମସ୍ତ ଦୋକାନୀ କିଭଳି ପଞ୍ଚସୂତ୍ର ନିୟମକୁ କଡାକଡି ପାଳନ କରିବେ ସେଥିନିମନ୍ତେ ସତର୍କ ରହିବାକୁ କହିଛନ୍ତି। ନଚେତ ନିୟମ ଖିଲାପ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଛଡା ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ମଧ୍ୟ କଡା ନଜର ରଖା ଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି। ଜନସାଧାରଣ ଏବଂ ଦୋକାନୀ ଆଗକୁ ଆସି ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ବୁଗୁଡ଼ାରେ ଉପଜିଲ୍ଲାପାଳଙ୍କ ସହ ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଂଜନ ଦାଶ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.