ଉଲୁଣ୍ଡା,୧୧/୦୯(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ନିଷ୍ଠା ଓ କାଷ୍ଠାର ସହ ପୁଅ ଜୀଉନ୍ତିଆ ପର୍ବ ପାଳିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ଗତ କାଲି ରାତିରେ ମଣ୍ଡପ ତିଆରି କରି ବ୍ରତଧାରି ମାଆ ମାନେ ପୂଜା କରିବାର ଦେଖିବାକୁ ମିଳିଥିଲା । ଏହି ପୂଜା ଅବସରରେ ପୁରୋହିତ ମାଁ ଦ୍ୟୁତିବାହନଙ୍କୁ ପୂଜା କରିବା ସହ ବ୍ରତଧାରି ମାଆ ମାନଙ୍କୁ ପୁଅ ଜୀଉନ୍ତିଆର ମାହାତ୍ମ୍ୟ ସମ୍ପର୍କରେ ରହିଥିବା ଗୀତ ବୋଲି ଶୁଣାଇଥିଲେ । ପରମ୍ପରା ଅନୁସାରେ ପୁଅ ଜୀଉନ୍ତିଆର ପରଦିନ ଅର୍ଥାତ ଆଜି ବଡି ଭୋର ସକାଳୁ ଉଠି ଦଳଗତ ହୋଇ ନଦୀ,ନାଳ,ପୋଖରୀକୁ ଯାଇ ସ୍ନାନ ସାରି ଗାଧୁଆ ତୁଠରେ ବଳି ବେଦୀ ତିଆରି କରି ସେଥିରେ ଶାଳକାଠି ପୋତି ପୂଜାର୍ଚନା କରିବା ସହ ଚଣା ଗିଲିଥିଲେ। ତା ପରେ ଘରକୁ ଫେରି ମାଆ ମାନେ ପୁଅ ମାନଙ୍କୁ ୧୦୮ ଦୁବ, ଚାଉଳ , ବୁରକୋଳି ପତ୍ର ଓ ଜୀଉନ୍ତିଆ ବିଡାକୁ ସାତ ଥର ଛୁଆଁଇ ପୁଅମାନଙ୍କର କଲ୍ୟାଣ କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ ।ଏହି ଅବସରରେ ଦୁରଦୁରାନ୍ତରେ ରହୁଥିବା ପୁଅମାନେ ଘରକୁ ଆସି ମାଆ ଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି । ରିପୋର୍ଟ :ଶାନ୍ତନୁ କୁମାର କର୍ଣ୍ଣ ।