ଉଲୁଣ୍ଡା,୧୨/୦୪(ପିପିଟି); ସରକାର ଗ୍ରାମାଞ୍ଚଳରେ ଜନସାଧରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଓଭରହେଡ ପାଣି ଟାଙ୍କି ନିର୍ମାଣ କରିଛନ୍ତି । ପାଇପ ବିଛା କାମ ସରିଛି ।ଷ୍ଟାଣ୍ଡପୋଷ୍ଟ ନିର୍ମାଣ କାମ ମଧ୍ୟ ସରିଛି ।ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇସାରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାଣି ପାଇଁ ଡହକ ବିକଳ ହେଉଛନ୍ତି ।ଏହିଭଳି ଏକ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁଲାପାଲି ଗ୍ରାମରେ ।ପ୍ରାୟ ଏକ ହଜାର ଜନସଂଖ୍ୟ ବିଶିଷ୍ଟ ଖୁଣ୍ଟୁଲାପାଲି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପଦୀର୍ଘ ତିନି ମାସ ହେବ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହାର ସୁଫଳ ଗ୍ରାମବାସୀ ପାଇପାରୁ ନାହାଁନ୍ତି । ଏବେ କେନାଲ ପାଣି ହିଁ ଗ୍ରାମବାସୀଙ୍କ ପାଇଁ ସାହା ଭରସା । ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୈଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।
।
(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)