ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ସଚେତନ କଲେ ନିର୍ବାଚନ ଅଧିକାରୀ ।

0 384

ଭଞ୍ଜନଗର,୦୨/୦୨(ପିପିଟି): ଭଞ୍ଜନଗର ବ୍ଳକ ସମ୍ମିଳନୀ କକ୍ଷ ଠାରେ ସମସ୍ତ ୨୨ ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ ନେଇ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି କଡାକଡି ପାଳନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଅନୀଲ କୁମାର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସୁଦର୍ଶନ ପରିଡା ଏବଂ ଉମେଶ ଚନ୍ଦ୍ର ତ୍ରିପାଠି ପ୍ରାର୍ଥୀ ମାନେ ନିର୍ବାଚନ ସମୟରେ କରୁଥିବା ଖର୍ଚ୍ଚର ହିସାବ ସଠିକ୍ ସମୟରେ ଦେବା ସହ କଟକଣା କିଭଳି ପାଳନ କରିବେ ସେ ସଂର୍ପକରେ ଅବଗତ କରିଥିଲେ। ସରପଞ୍ଚ ସମିତିସଭ୍ୟ ପ୍ରାର୍ଥୀ ମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ପାରିବେ। ପ୍ରଚାର ପାଇଁ ଅନୁମତି ନେବା ସହ ୨ ଟି ବାଇକ ଓ ୨ ଟି ୪ ଚକିଆ ଯାନ ବ୍ୟବହାର କରିପାରିବେ। ଗୋଟିଏ ସ୍ଥାନରେ ସର୍ବାଧିକ ୫ ଜଣ ଜମା ହୋଇ ପ୍ରଚାର କରିବେ ବୋଲି ଅଲୋଚନା ହୋଇଥିଲା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଥିଲେ। ସମସ୍ତ ପ୍ରାର୍ଥୀ ନିଜର ନିର୍ବାଚନୀ ଖର୍ଚ୍ଚର ହିସାବ ରଖିବା ସହ ପ୍ରତି ଦୁଇ ଦିନରେ ବ୍ଳକ୍କୁ ଆସି ହିସାବ ଦାଖଲ କରିବେ ଏବଂ ଶେଷରେ ଚୁଡାନ୍ତ ଖର୍ଚ୍ଚର ହିସାବ ନିର୍ବାଚନ ଅଧିକାରୀଙ୍କୁ ଦେବେ ବୋଲି ପର୍ଯ୍ୟବେକ୍ଷକ କହିଥିଲେ। ଏଥିସହ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀ ମାନେ ଦଳୀୟ ଚିହ୍ନକୁ କିମ୍ବା ଦଳୀୟ ନେତାଙ୍କ ଫଟୋ ବ୍ୟବହାର ପରିପାରିବେ ନାହିଁ। ସୋସିଆଲ୍ ମିଡିଆ ମାଧ୍ୟମରେ ହେଉଥିବା ପ୍ରଚାରରେ ମଧ୍ୟ ଏହି ନିୟମ ଲାଗୁ ହେବ। ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ କହିଥିବଲେ। ହିସାବ ରକ୍ଷକ ଦିଲ୍ଲିପ କୁମାର ଶବର ଖର୍ଚ୍ଚ ବିବରଣୀ,ହିସାବ ଖାତା ସମସ୍ତଙ୍କୁ ପ୍ରଦାନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.