ମାଲକାନଗିରି,୦୮/୦୩(ପିପିଟି):ମାଲକାନଗିରି ଜିଲ୍ଲା ପେଦାବାଡା ପଞ୍ଚାୟତ ବରଜା ଗ୍ରାମ ଛକ ନିକଟରେ ନିମ୍ନମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀମାନେ। ଦୀର୍ଘ ୪ ବର୍ଷ ଧରି କୋତାମେଟା ଠାରୁ କୁଡୁମୁଳୁଗୁମା ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ସମ୍ପୂର୍ଣ୍ଣ ହେଉନଥିବା ଯୋଗୁଁ ଆଜି ଗ୍ରାମବାସୀମାନେ ରାସ୍ତା ଅବରୋଧ ପ୍ରତିବାଦ କରିଛନ୍ତି । ଏହି ରାସ୍ତାରେ ସେହି ପଞ୍ଚାୟତର ଅନେକ ଲୋକମାନେ ଦୈନିକ ଯାତାୟତ କରିଥାନ୍ତି । ତେଣୁ ଏହି ରାସ୍ତା ଟି ଦୀର୍ଘ ୪ ବର୍ଷ ଧରି ସମ୍ପୂର୍ଣ ହେଉ ନଥିବା କାରଣରୁ ଛାତ୍ର ଛାତ୍ରୀମାନେ ସ୍କୁଲ ଯିବା, ଗ୍ରାମବାସି ମାନେ ନିଜ କାମରେ ଗ୍ରାମ ବାହାରକୁ ଯାତାୟତ କରିବା ସହ ମୁଖ୍ଯ ଚିକିତ୍ସାଳୟକୁ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ମୁର୍ମୁଷୁ ଅବସ୍ଥାରେ ମାଲକାନଗିର ଜିଲ୍ଲା ମୁଖ୍ଯ ହସପିଟାଲକୁ ନେବାରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥାଏ । ତେଣୁ ଏହି ରାସ୍ତାକୁ ତୁରନ୍ତ ଉନ୍ନତମାନର ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରି ରାସ୍ତା ରୋକ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post