ବୋଲଗଡ଼,୨୭/୧୨(ପିପିଟି); ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କିପରି ପାନୀୟଜଳ ପାଇପାରିବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ମାନ କରି ହଜାର ହଜାର କୋଟି ଟଙ୍କା ବଜେଟ୍ ମଞ୍ଜୁର କରୁଛନ୍ତି କିନ୍ତୁ କେତେକ ଅସାଧୁ ଠିକାଦାର ଓ ସରକାରୀ ବାବୁଙ୍କର ମଧୁଚନ୍ଦ୍ରିକା ଯୋଗୁଁ ସବୁ ଯୋଜନା ଯେପରି ଠପ୍ ହୋଇ ଯାଇଛି। ଘଟଣାଟି ହେଉଛି ବୋଲଗଡବ୍ଳକ ଅନ୍ତର୍ଗତ ଡାବରଧୁଆ ଗ୍ରାମପଞ୍ଚାୟତର ରାମେଶ୍ଵର ମୌଜାର। ବସୁଧା ଯୋଜନାରେ ସମସ୍ତଙ୍କ ପାଇଁ ପିଇବାପାଣି ନାରା ଦିଆଯାଉଛି କିନ୍ତୁ ଏଠାରେ ମାତ୍ର ଚାରି ମାସମଧ୍ୟରେ ନିର୍ମାଣ ହୋଇଥିବା ପାଣିଟ୍ୟାପ୍ ଗୁଡ଼ିକ ଭାଙ୍ଗି ଗଲାଣି। ଅନେକ ସ୍ତାନରେ ପାଣିଲିକ୍ କରି ରାସ୍ତା ରେ ପାଣିଜମୁଅଛି, ଆଉ କେଉଁଠାରେ ପାଣିଜମା ଆସୁନାହିଁ। ଆଉ କେଉଁଠି ପାଣି ଅନବର୍ତଭାବେ ଆସୁଅଛି ଯେ ବନ୍ଦକରିବାକୁ କେହି ନାହାନ୍ତି। ତତ୍ ସହିତପାଣିରେ ଶିଉଳିଗୁଣ୍ଡ ଆସୁଅଛି, ତେଣୁ ଗ୍ରାମ ବାସୀ ଅଶାନ୍ତ ପ୍ରକଟକରି ନିମ୍ନମାନର କାର୍ଯ୍ୟ ହୋଇଛି ବୋଲି ଦାବି କରିଛନ୍ତି ତେଣୁ ଜଳଯୋଗାଣ ବିଭାଗ ଏବଂ ପ୍ରସାସନ ଏ ବିଷୟରେ ବିଶେଷ ଭାବରେ ଗୁରୁତ୍ବ ଦେଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଓ ପିଇବା ପାଣିର ସମସ୍ୟା ଦୂରକରି ସାଧାରଣ ଲୋକଙ୍କର ପ୍ରିୟଭାଜନ ହୁଅନ୍ତୁ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )