ନିମ୍ନ ମାନର କାର୍ଯ୍ୟ ଯୋଗୁଁ କେବେ ପାଣି ମିଳୁଛି ତ କେବେ ମିଳୁନି; ଲୋକେ ପାଣି ପାଇଁ ହନ୍ତସନ୍ତ ।

0 1,585

ସାନଖେମୁଣ୍ଡି,୧୮/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡ଼ୋଳବ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଛି । କେବେ ପାଣି ଆସୁଛି ତ କେବେ ଆସୁନି । ନିମ୍ନ ମାନର କାର୍ଯ୍ୟ ଯୋଙ୍ଗୁ କିଛି ଘରକୁ ପାଣି ମିଳୁଛି ତ ଆଉ କିଛି ସାହିକୁ ପାଣି କିଛି ବି ଯାଉନି । କେତେବେଳେ କେଉଁଠି ପାଇପ ଫାଟୁଛି ତ କେତେବେଳେ ମୋଟର ଖରାପ ହେଇଯାଉଛି । ଲୋକେ ପାନୀୟ ଜଳ ପାଈଁ ଆଗରୁ ଯେମିତି ଅସୁବିଧା ଭୋଗୁଥିଲେ ଏବେବି ସେମିତି ପରିସ୍ଥିତି । କିଛି ବର୍ଷ ତଳେ ପାଣି ଟ୍ୟାଙ୍କ ଲିକ୍ ହେବାରୁ ଅଚଳ ହୋଇ ପଡ଼ିରହିଥିଲା । ଏହାକୁ ଏବେ କିଛି ମାସ ହେବ ମରାମତି କରି ପାଣି ଛଡ଼ା ହେଲା ହେଲେ ପାଣି ଠିକସେ କେହି ପାଇପାରିଲେ ନାହିଁ । ଏହି ସବୁ ସମସ୍ୟା ଜାଣି ମଧ୍ୟ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଅଚିନ୍ତାରେ ସୋଇରହିଛନ୍ତି । ଲୋକେ ପାଣି ପାଇଁ ଆଉଟୁ ପାଉଟୁ ହେଉଛନ୍ତି ହେଲେ ଯନ୍ତ୍ରୀଙ୍କ ଦେଖା ମିଳୁନି । ଅତି ଦୁଃଖର ବିଷୟ ରାଜ୍ୟସରକାର କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରି ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଏହା ଠିକ ସେ କାର୍ଯ୍ୟ କରୁନାହିଁ । ଏବେ ବି ସ୍ଥାନୀୟ ଲୋକେ ପାଣି ପାଇଁ ନା ନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.