ମାଲକାନଗିରି,୦୨/୦୯(ପିପିଟି):
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନର କାର୍ଯ୍ୟ କରି ବିଭାଗୀୟଅଧିକାରୀ ଓ ସମ୍ପୃକ୍ତ ଠିକାଦାର ଅର୍ଥ ଲୁଟ୍ କରି ଚାଲିଥିବା ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଉଦୁଲିବେଡା ପଞ୍ଚାୟତ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଝୁନୁଲିବାହାଲ ଠାରୁ ଗଡ଼ିଆଳି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କ୍ଷେତ୍ରରେ । ୨.୫ କିଲୋମିଟର ରାସ୍ତା ନିର୍ମାଣ ଲାଗି ୧.୫ କୋଟି ଟଙ୍କା ଅଟ୍ଟକଳ କରାଯାଇଥିଲା । ଗତ ୨୦୧୯ / ୨୦ ଆର୍ଥିକ ବର୍ଷରେ ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସଲାସୁତରାରେ ନିର୍ମିତ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଧୁଙ୍ଗିଆପୁଟ ଓ କୁରୁଣୀ ପାଲ୍ଲୀ ପଞ୍ଚାୟତର ଶତାଧିକ ଜନସାଧାରଣ ବାରମ୍ବାର ଅଭିଯୋଗ ସତ୍ତ୍ଵେ ମରାମତି କରାଯାଉନାହିଁ ।ପ୍ରକାଶ ଥାଉ କି ପ୍ରଧାନ ମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜମାରେ ରାସ୍ତାର ମରାମତି ଲାଗି ୫ ବର୍ଷ ପର୍ଯ୍ଯନ୍ତ ସଂପକ୍ତ ଠିକାଦାରଙ୍କ ଉପରେ ଦାୟିତ୍ବ ନ୍ଯସ୍ତ କରାଯାଇଥାଏ ଏବଂ ପ୍ରତି ବର୍ଷ ମରାମତି ପୀଇଁ ଅନୁଦାନ ମଧ୍ଯ ଯୋଗାଇ ଦିଆ ଯାଇଥାଏ । ଅଧିକାଂଶ କ୍ଷେତ୍ରରେ ୫ ବର୍ଷ ପର୍ଯ୍ଯନ୍ତ କୌଣସି ରାସ୍ତାକୁ ନିର୍ମାଣ ପରେ ମରାମତି କରାନ ଯାଇ ଫଲସ୍ ବିଲ୍ କରାଯାଇ କୋଟି କୋଟି ଅର୍ଥ ବାଟମାରଣା ହେଉଥିବା ବେଳେ ଯେଉଁ ମାନେ ଆରଡିରେ
ଠିକାଦାର କାମ କରୁଛନ୍ତି,ସେମାନେ କୋଟି କୋଟି ଟଙ୍କାର ମାଲିକ ହୋଇ ଭୋଗ ବିଳାସରେ ଜୀବନ ନିର୍ବାହ କରୁଥିବା ଜଣାପଡିଛି । ଏଣେ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଯିବା କଷ୍ଟକର ହୋଇପଡିଛି । ଫଳରେ ଜରୁରୀ ସମୟରେ ରୋଗୀମାନେ ଡାକ୍ତରଖାନା ଯିବାକୁ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଏହାର ତଦନ୍ତ କରି ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post