ନିମ୍ନମାନର ରାସ୍ତା ନିର୍ମାଣକୁ ନେଇ ସାଧାରଣରେ ଅସନ୍ତୋଷ ।

0 249

ମାଲକାନଗିରି,୧୦/୦୭(ପିପିଟି): ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଯୋଗାଯୋଗ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ରାସ୍ତା ନିର୍ମାଣ କରିବାକୁ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ତେବେ ଯୋଜନାକୁ ବାଟ ମାରଣା କରି ମାଲକାନଗିରି ଜିଲ୍ଲାରେ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ମିଳିମିଶି ଲୁଟ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ – ୨ ରେ । ଏହି ବିଭାଗର ଏକ ରାସ୍ତା ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ଅପରପକ୍ଷରେ ବିଭାଗୀୟ ଅଧିକାରୀ ଏହି ଘଟଣାର କୌଣସି ସତ୍ୟାସତ୍ୟ ନାହିଁ ଏବଂ ରାସ୍ତା କାମ ଠିକ୍‌ଠାକ କାମ ଜାରି ରହିଛି ବୋଲି କହିଛନ୍ତି । ରାସ୍ତା ଲୋକଙ୍କ ଉଦ୍ଦେଶ୍ୟରେ କରା ଯାଉଥିବାବେଳେ ଏହାର ନିର୍ମାଣ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହା ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଉନ୍ନୟ ବିଭାଗ – ୨ ଅନ୍ତର୍ଗତ ଏମ.ଭି – ୧୪ ଗ୍ରାମର ପ୍ରଧାନମନ୍ତ୍ରୀ ସଡକ ରୋଜଗାର ଯୋଜନାର ରାସ୍ତା ନିର୍ମାଣଧିନ ରାସ୍ତା ଏତେ ନିମ୍ନମାନର ଯେ ହାତ ମାରିଦେଲେ ପିଚୁ ବହାରିଯାଉଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏହାଛଡା ଏଷ୍ଟିମେଟ ଅନୁଯାୟୀ କାମ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା ଏହାକୁ ନିଜକୁ ସୁହାଇଲା ଭଳି ଜାରି ରଖୁଥିବା ଲୋକେ କହିଛନ୍ତି । କିଛି ଅଭିଯୋଗ କଲେ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ କାମ ଠିକ ହେଉଥିବା ସଫେଇ ଦେଇଥିବା ସ୍ଥାନୀୟ ଲୋକ କହୁଛନ୍ତି । କାମ ଠିକ ନ ହେଲେ କାମ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହି କାମ ପାଇଁ ୩୪ ରୁ ୩୫ ଲକ୍ଷ ଟଙ୍କା ଏଷ୍ଟିମେଟ କରା ଯାଇଥିଲା । ଯଦି କିଛି କାର୍ଯ୍ୟରେ ତ୍ରୁଟି ରହିଛି ଠିକ ଭାବରେ ତଦାରଖ କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.