ନିଜ ବନ୍ଧୁକରେ ଗୁଳିକରି ଯବାନଙ୍କ ଆତ୍ମହତ୍ଯା ।

0 311

ମାଲକାନଗିରି,୦୪/୧୨(ପିପିଟି):ପଟେରୁ ଫାଣ୍ଡି ପରିସରରେ ଆଜି ସକାଳ ୬ ଘଟିକା ସମୟରେ ନିଜର ସର୍ଭିସ୍ ବନ୍ଧୁକରେ ନିଜକୁ ଗୁଳି କରି ଯବାନ ଜଣଙ୍କ ଆତ୍ମ ହତ୍ଯା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ କାଲିମେଳା ଥାନା ଅନ୍ତର୍ଗତ ପଟେରୁ ଫାଣ୍ଡି ପରିସରରେ ଥିବା ଓଏସଏପି ୪ର୍ଥ ଏସଏସବିଏନରେ କାର୍ଯ୍ଯରତ ଯବାନ ବରଗଡ ଜିଲ୍ଲାର ଗାଇସିଲଟ ଅଞ୍ଚଳର ଦୁର୍ଯ୍ଯୋଧନ ମାଝି ଆଜି ସକାଳ ୬ ଘଟିକା ସମୟରେ ନିଜର ଡିୟୁଟି ସାରି କ୍ଯାମ୍ପକୁ ଯାଇଥିବା ବେଳେ ସେଠାରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ଯା କରିଥିବା ଜଣା ପଡିଛି । ସେ ୭ ବର୍ଷ ହେଲା ବିବାହ କରିଥିବା ବେଳେ ନିଜର ପତ୍ନୀଙ୍କୁ ସାଙ୍ଗରେ ନେଇ ପଟେରୁ ଠାରେ ଏକ ଘର ଭଡା କରି ରହୁଥିଲେ । ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଯବାନ ମାଝିଙ୍କୁ ମାଲକାନଗିରି ମୁଖ୍ଯ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡକ୍ତର ଯବାନଙ୍କ ମୃତ୍ଯୁ ଘଟିଥିବା ଘୋଷଣା କରିଛି । ତେବେ ଯବାନ କାହିଁକି ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚାଳନା କରି ଆତ୍ମହତ୍ଯା କଲେ କାରଣ ଅସ୍ପଷ୍ଟ ରହିଛି ।କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତଦନ୍ତ ପରେ ଆତ୍ମହତ୍ଯାର କାରଣ ଜଣା ପଡିବ ବୋଲି ପୋଲିସ ପ୍ରକାଶ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.