ହିଞ୍ଜିଳିକାଟୁ,୦୬/୦୪(ପିପିଟି); ହିଞ୍ଜିଳିକାଟୁ ନିକଟସ୍ଥ ଶ୍ୟାମଳାଇ ପୀଠରେ କରୋନା ମହାମାରୀକୁ କେନ୍ଦ୍ର କରି ଉଦ୍ଧତ ବ୍ଯକ୍ତି ବିଶେଷକୁ ସଚେତନତା ଓ ସଜାଡିବାରେ ହିଞ୍ଜିଳି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।କରୋନା କଟକଣାକୁ ମାନୁନଥିବା ବ୍ଯକ୍ତି ବିଶେଷଙ୍କୁ ସଜାଡିବାକୁ ପ୍ରୟାସ ଚାଲିଛି ।ଦେବୀପୀଠରେ ମୁଣ୍ଡନ ନକରିବା ତଥା ମିଳିତ ହୋଇ ଭୋଜିଭାତର ଅସରକରି ଜନଗହଳି ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ନିଷେଧାଦେଶ ଥିବା ବେଳେ କିଛି ବ୍ଯକ୍ତି ବିଶେଷ ଲୁକାୟତ ଭାବେ ଏହି ସବୁଆୟୋଜନ କରୁଥିବା ଖବର ପ୍ରଶାସନ ପାଇବାପରେ ତତକ୍ଷଣାତ୍ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ଶ୍ଯାମଳାଇଦେବୀଙ୍କ ପୀଠରେ ନିୟୋଜିତ ପ୍ରଶାସନିକ ଅଧିକାରୀ ନିଜର ଦାୟିତ୍ୱ ଉପଯୁକ୍ତ ମାନର ତୁଲାଇଥିଲେ ମଧ୍ୟ ନିଜେ ସଚେତନତା ନଥିଲା ଭଳି ଜଶାଯାଉଛି ।ସଚେତନତା ବାର୍ତ୍ତା ଦେଉଥିବା ବ୍ଯକ୍ତି ବୁରୁପଡା ସର୍କଲ ଆର.ଆଇ ନିଜେ ମାସ୍କ ନପିନ୍ଧି ଉଦ୍ଧତ ବ୍ଯକ୍ତିବିଶେଷକୁ ତାଗିଦ କରୁଥିବାର ଦେଖିବାକୁ ମିଳିଛି । ଅନ୍ଯପକ୍ଷରେ ଜଣେ ସଚେତନ ବ୍ଯକ୍ତି ଅନ୍ଯ ବ୍ଯକ୍ତିକୁ ସଚେତନ କରିବାକୁ ଯାଇ ନିଜେ ସଚେତନତା ନଥିବା ର ବିଷୟକୁ କେନ୍ଦ୍ର କରି ହାସ୍ୟାସ୍ପଦ ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)