ନିଜେ ବଞ୍ଚନ୍ତୁ ଓ ଅନ୍ୟକୁ ବଞ୍ଚାନ୍ତୁ; ବ୍ୟବସାୟୀଙ୍କୁ କରୋନା ସଚେତନତା କଲେ ତହସିଲଦାର ।

0 136

କୋଦଳା,୨୦/୦୪(ପିପିଟି); କରୋନା କଟକଣାକୁ ନେଇ ସଚେତନତତା କାର୍ଯ୍ୟକ୍ରମ କୋଦଳା ତହସିଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ୨୪ ତାରିଖରୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ହେବ । ଏଥି ନିମନ୍ତେ କୋଦଳା ତହସିଲ ଅନ୍ତର୍ଗତ ବିଭିନ୍ନ ବ୍ୟବସାଇକ ସଂଗଠନ, କ୍ଷୁଦ୍ର ବ୍ୟବସାୟୀ ଓ ଅଟୋ ମାଲିକ ସଙ୍ଘକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି କୋଦଳା ତହସିଲଦାର ଅବନିକାନ୍ତ ସାହୁ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଓ ଦୋକାନ ସାମ୍ନାରେ ଦେଢ଼ ଗଜ ଦୂରତାର ବ୍ୟାରିକେଡ଼ ନିର୍ମାଣ ଓ ଗୋଟିଏ ଅଟୋ ରେ ତିନିଜଣ ପାସେଞ୍ଜର ବସାଇବା ପାଇଁ ସମସ୍ତଙ୍କୁ କହିଛନ୍ତି ତହସିଲଦାର । ଏଥିସହ ଯେଉଁ ଗ୍ରାହକ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ଜିନିଷ ନ ଦେବା ସହ କୋଭିଡ ନିୟମକୁ କଡା କଡ଼ି ପାଳନ ନିମନ୍ତେ କୁହାଯାଇଥିଲା । ଯେଉଁମାନେ ଏହାର ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର । ଏହି କାର୍ଯ୍ୟକ୍ରମରେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.