ଭଞ୍ଜନଗର,୦୩/୦୭(ପିପିଟି); ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଗମାନନ୍ଦ ଏଜୁକେଶନ ସେଂଟର ତରଫରୁ ରିପିଟିପଲ୍ଲୀ ଗ୍ରାମରେ ୭୨ତମ ବନ ମହୋତ୍ସବ ଅନୁଷ୍ଠାନର ସଭାପତି ବି.ଗୋବିନ୍ଦ ରାଓ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ୱାଇଁ, ପ୍ରକୃତିପ୍ରେମୀ ଶଙ୍କର ପ୍ରସାଦ ପଟ୍ଟନାୟକ, ଚିନ୍ମୟ କୁମାର ବେବର୍ତା, ଫରେଷ୍ଟ ଗାର୍ଡ଼ ସୁଶୀଲ କୁମାର ରାଉତ ଯୋଗଦେଇଥିଲେ । ପ୍ରଥମେ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଳୀଚରଣ ନାଇକ ସ୍ୱାଗତ ଭାଷଣ ଦେଇଥିବାବେଳେ ସିଆରସିସି ତ୍ରିନାଥ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅତିଥିମାନେ ଏହି କୋଭିଡ଼ ସମୟରେ ବୃକ୍ଷର ଆବଶ୍ୟକତା ବୁଝାଇବା ସହିତ ସଚେତନତା ରହିବା ପାଇଁ କହିଥିଲେ । ବି.ଗୋବିନ୍ଦ ରାଓ ସାବୁନରେ ହାତ କିପରି ଭାବେ ଧୁଆ ହେବ ତାହା କହିବା ସହିତ ଅନୁଷ୍ଠାନ ତରଫରୁ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଶେଷରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାଇକ ଧନ୍ୟବାଦ ପ୍ରଦାନ ପରେ ବୃକ୍ଷରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଦସ୍ୟା ପ୍ରଭାତୀ ମଞ୍ଜରୀ ବେହେରା, ମନବିନ ଜେନା ସହିତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )