ନିଖୋଜ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ।

0 386

ବେଲଗୁଣ୍ଠା,୧୦/୦୯(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ କେନାଲ୍ ନିକଟରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଗାଙ୍ଗପୁର ପୋଲିସ୍ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ସ୍ୱର୍ଗତ ଖଦାଳ ନାୟକଙ୍କ ସ୍ତ୍ରୀ ଶୈଳବାଳା ନାୟକ (୫୨) ଗତ ତିନି ଧରି ଘରୁ କୁଆଡେ଼ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳ ଛଅ ଘଣ୍ଟା ସମୟରେ ବରପଲ୍ଲୀ- ବେଣୀପଲ୍ଲୀ କେନାଲ୍ ନିକଟ ଏକ ଗଛରେ ଶୈଳବାଳାଙ୍କ ଶବ ଝୁଲି ରହିଥିବା କିଛି ସ୍ଥାନୀୟ ଲୋକ ଦେଖିବା ପରେ ତାଙ୍କ ପରିବାରକୁ ଖବର ଦେଇଥିଲେ । ଶୈଳବାଳାଙ୍କ ପୁଅ ଗଙ୍ଗାଧର୍ ନାୟକ ଗାଙ୍ଗପୁର ଥାନାକୁ ଜଣାଇବା ପରେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶୈଳବାଳାଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.