ନିଖୋଜ ପିହୁର ପତା ପାଉନି ପୋଲିସ ।

0 670

ଯାଜପୁର,୧୧/୧୨(ପିପିଟି);ପରୀ ପରି ସମାନ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ । ଏଠିବି ଜଣେ ୨ ବର୍ଷର ନାବାଳିକା ଝିଅ ନିଖୋଜ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ଶୁଭଲକ୍ଷ୍ମୀ । ଗାଁ ଦାଣ୍ଡରେ ନିଜ ସାଙ୍ଗ ସହ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା ଆଉ ସବୁଆଡେ ଖୋଜାଖୋଜି କଲାପରେ ବି ନୀରସ ହୋଇ ଶେଷରେ ଥାନାର ଦ୍ଵାରସ୍ଥ ହୋଇଥିଲେ ବାପା ମା ହେଲେ ସେଥିବୀ କୌଣସି ସୁଫଳ ମିଳିନାହିଁ ସେମାନଙ୍କୁ । ଦୀର୍ଘ ୪ ମାସ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଠାବ କରିବାରେ ସଫଳ ହୋଇପାରିଣାହୀନ ବିଞ୍ଝାର୍ପୂର ପୋଲିସ । ଖାଲି ଖୋଜା ଖୋଜି ର ଆଳ ଦେଖାଇ ଖସିଯିବାକୁ ବସିଛି ବିଞ୍ଝାରପୁର ପୋଲିସ । ତେବେ ଏ ନେଇ ସେ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ ହେଲେ ଏ ଯାବତ କୌଣସି ସୁଫଳ ମିଳିନାହିଁ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଧିନସ୍ଥ ମଧୁସୂଦନ ପୁର ଅଞ୍ଚଳରୁ ଶୁଭଲକ୍ଷ୍ମୀ ନାୟକ ନାମକ ଜଣେ ୨ ବର୍ଷର ନାବାଳିକ ଝିଅ ଯାହାର ଡାକ ନାମ ପିହୁ । ପିହୁ ଦିନ ୩ ଟା ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ କେଉଁ ଆଡେ ଗାୟବ ହୋଇଯାଇଥିଲା । ଆଉ ବହୁତ ଖୋଜ ଖୋଜି ପରେ ମଧ୍ୟ ସେ ମିଳି ନ ଥିଲା । ପିହୁର ମାଙ୍କ କହିବା କଥା ସେଦିନ ଥିଲା ଅଗଷ୍ଟ ୯ ତାରିଖ ୨୦୨୦ ମସିହା ରବିବାର । ଦିନ ୩ ଟା ସମୟରେ ମୁଁ ଘରେ କାମ କରୁଥିଲି ଆଉ ପିହୁ ଗାଁ ଦାଣ୍ଡରେ ଖେଳୁଥିଲା । ତାପରେ ମୁଁ ଝିଅକୁ ଡାକିବାକୁ ଯାଇଥିଲି ହେଲେ ପାଇ ନଥିଲି । ସବୁଆଡେ ଖୋଜା ଖୋଜି କଲୁ ହେଲେ ଆଉ ପିହୁକୁ ପାଇଲୁ ନାହୁଁ ।ପରେ ଥାନାକୁ ଗଲୁ ଆଉ ଲିଖିତ ଆକାରରେ ଦେଲୁ ହେଲେ ଏପରଜ୍ଯନ୍ତ ପୋଲିସ ଚୁପ୍ ବସିଛି । ଏପରିକି କେହିଜଣେ ଏକ ବାଇକରେ ନେଳିଆ ଗାମୁଛରେ ବାନ୍ଧି ଗୋଟିଏ ଛୁଆକୁ ନେଇ ଯାଉଥିବାର ଦେଖିବାକୁ ପାଇଥିଲେ କିଛି ଲୋକେ । ଏ ସମ୍ପର୍କରେ ପୋଲିସକୁ ଜଣେଇ ଥିଲେ ବି ପୋଲିସ କାହାକୁ କିଛି ନ ପଚାରି ତଦନ୍ତ ଚାଲିଛି କହି ଚୁପ୍ ବସିଛି । ସେହି ସମୟରେ ପିହୁର ବାପା ମଧ୍ୟ ବାଙ୍ଗାଲୋରରୁ ଆସି ସଙ୍ଗରୋଧରେ ରହିଥିଲେ ଆଉ ସେ ମଧ୍ୟ ନିଜ ଝିଅ କୁ ଦେଖିପାରି ନ ଥିଲେ । ରାଜ୍ୟରେ ୪ହଜାରରୁ ଅଧିକ ଶିଶୁ ନିଖୋଜ ଥିବା ବେଳେ ପରୀ ଘଟନା ଏ ସବୁ ଘଟନା କୁ ସାମନାକୁ ଆଣିଛି । ଯଦି ପରୀ ଘଟନା ପଛରେ ଅଙ୍ଗ ତସକରି କଥା ରହିଥାଏ ତେବେ ଛୋଟ ଛୋଟ ଛୁଆଙ୍କ ଚୋରୀ ନିଶ୍ଚିତ ସତ୍ୟ । ଯାଜପୁର ଜିଲ୍ଲାର ଏଭଳି ଏକ ଅଞ୍ଚଳରୁ ଦିନ ଦୁଇ ପ୍ରହରରୁ ପିଲା ନିଖୋଜ ହେବା ଆଉ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ମଧ୍ୟ ଚୁପ ହୋଇ ବସିବା ପୋଲିସର କାର୍ଯ୍ୟ ପନ୍ଥା ଉପରେ ପ୍ରଶ୍ନବାଚୀ ଶ୍ରୂଷଠି କରିଛି । ସେପଟେ ପିହୁ ର ମା ୯ ଅଗଷ୍ଟ ରେ ଝିଅର ନିଖୋଜ ସମ୍ପର୍କରେ ଜଣାଇ ଥିଲେ ମଧ୍ୟ ୧୪ ଅଗଷ୍ଟ ରେ ଏଫଆଇଆର ରୁଜ୍ଜୁ କରିଥିଲା ବିଞ୍ଝାର୍ପୂର ପୋଲିସ । ତେବେ ଘଟଣାର ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଧରାଯିବା କହି ଦୀର୍ଘ ୫ ମାସ ବିତିଯାଇଥିଲେ ମଧ୍ୟ ଏବେ ସୁଧା କୌଣସି ପତା ପାଇ ପାରି ନାହିଁ ପୋଲିସ । ଆଜି ପିହୁ ସମ୍ପର୍କରେ ବୁଝିବାକୁ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ମଧୁସୂଦନପୁର ଗ୍ରାମରେ ପହଁଚି ଆଲୋଚନା କରିଛନ୍ତି ।। ଅନ୍ୟପଟେ ପୋଲିସ ବସମ୍ପର୍କରେ କିଛି କହିବାକୁ ମନା କରିଦେଇଛି ।

Leave A Reply

Your email address will not be published.