ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତିଙ୍କ ବିୟୋଗରେ ଶୋକ ସଭା ।

0 133

ବାଲିଗୁଡ଼ା,୧୨/୦୬(ପିପିଟି): କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପାର୍ଥବ ନାୟକଙ୍କ ବିୟୋଗରେ ସଂଘ ପକ୍ଷରୁ ବାଲିଗୁଡ଼ା ସ୍ଥିତ ମା ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ଚଳିତ ମାସ ତିନି ତାରିଖ ଦିନ ସ୍ୱର୍ଗତ ନାୟକ ମୃତ୍ୟୁ ବରଣ କରିଥିଲେ । ଏନେଇ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ଥିଲା । ଏକାଧାରରେ ସେ ଜଣେ ଆଗଧାଡିର ସଂଗଠକ ମିଷ୍ଟ୍ ଭାଷୀ ପରୋପକାରୀ ଥିଲେ । ଗତ ୨୦୧୪ ମସିହା ଠାରୁ ସଂଘ ପାଇଁ କାମ କରୁଥିଲେ । ତାଙ୍କ ବିୟୋଗ ସଂଘ ପାଇଁ ଅପୁରଣୀୟ କ୍ଷତି ହେଲା ବୋଲି ସଂଘର ପଦାଧିକାରୀ ଓ ସଦସ୍ୟ ଗଣ ମର୍ମାହତ ହୋଇପଡିଛନ୍ତି । ଏହା ବ୍ୟତୀତ ସେ ଜଣେ ଦକ୍ଷ ମଞ୍ଚ କଳାକାର ମଧ୍ୟ ଥିଲେ । ଆୟୋଜିତ ଶୋକ ସଭାରେ ସମ୍ପାଦକ ବିନୋଦ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ନାରାୟଣ ପ୍ରଧାନି, ସହ ସମ୍ପାଦକ ଶିଶିର କୁମାର ପରିଡ଼ା, ପୂର୍ବତନ ଉପସଭାପତି ସୁରଥ ପାଣଗ୍ରାହୀ, ଜିଲ୍ଲା ସଭ୍ୟ ଦିଲ୍ଲୀପ କୁମାର ଦିଗାଲ, ଆକବର ଚାନ୍ଦ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ସଂଘର ଉପସଭାପତି ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.