ବେଗୁନିଆ,୧୫/୧୨(ପିପିଟି): ଧାନ ଗଦାରେ ଲାଗିଲା ନିଆଁ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବଡବେରଣା ଗାଁରେ ରାସ୍ତା କଡ଼ରେ ଥିବା ଧାନ ଗଦାରେ ନିଆଁ ଲାଗିଯାଇଛି । ଫଳରେ ଧାନ ଗଦା ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି ।ସୂଚନା ଅନୁସାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବଡବେରଣା ଗାଁର ଲକ୍ଷ୍ମଣ ପଣ୍ଡା ଧାନ ଚାଷ କରି ଲଘୁଚାପ ବର୍ଷାରେ କ୍ଷତିଗସ୍ତ ହୋଇଥିବା ଧାନକୁ ରକ୍ଷା କରିବା ପାଇଁ ଓଦା ବିଲରୁ ବହୁ କଷ୍ଟରେ ବର୍ଷକ ଆହାର ସଂଗ୍ରହ କରି ନିଜ ବିଲରୁ କଳେଇ ଆଣି ବିଲରେ ରଖିଥିଲେ । ଗତକାଲି ବିଳମ୍ବିତ ରାତିରେ କୌଣସି କେହି ଦୁର୍ବୁର୍ତ୍ତ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଧାନଗଦା ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ବେଗୁନିଆ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଲକ୍ଷ୍ମଣଙ୍କର ପ୍ରାୟ ୨୦ବସ୍ତା ଧାନ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ସେ ଜଣେ ଗରିବ ଚାଷୀ ହୋଇଥିବାରୁ ସରକାର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ । )