କନ୍ଧମାଳ,୦୧/୧୦(ପିପିଟି): କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ନିକଟ ଏକ ନାଳ ରେ ଗୁରୁବାର ସନ୍ଧ୍ୟା ରେ ଭାସି ଯାଇଥିଲେ । ଶୁକ୍ରବାର ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କହେଲେ ଗାଡ଼ିଆପଡ଼ା ଗ୍ରାମର ସୁମିତ୍ରା ଜାନୀ । ସେ ଛେଳି ଚରାଇ ସନ୍ଧ୍ୟା ରେ ଫେରୁ ଥିବା ସମୟରେ ନାଳ ପାରି ହେଉଥିଲେ । ସେହି ସମୟରେ ନାଳରେ ହଠାତ ବନ୍ୟା ଜଳ ଆସିଯିବା ଫଳରେ ସୁମିତ୍ରା ପାଣି ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ଖୋଜା ଖୋଜି କରିବାପରେ ମୃତ ଦେହ ମିଳିଥିଲା । ଶବ ବ୍ୟବଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ଖଜୁରୀପଡା ପୋଲିସ ଏକଅପମୃତ୍ୟୁ ମାମଲା ରୁଜ୍ଜୁ କରି ଥିବା ଜଣା ପଡିଛି । ମୃତକଙ୍କ ପରିବାର କୁ ତୁରନ୍ତ ଉପଯୁକ୍ତ ସରକାରୀ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)