ନାଳରେ ବୁଡ଼ିଯାଇ ଦୁଇ ବର୍ଷ ଶିଶୁର ମୃତ୍ୟୁ ।

0 238

କନ୍ଧମାଳ,୦୮/୦୭(ପିପିଟି): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯାଇ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ପୁଅ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଶିଶୁ ଜଣକ ତାଙ୍କ ମାଆ ସହିତ ନାଳକୁ ଗାଧୋଇବା ପାଇଁ ଯାଇଥିଲା । ପୁଅକୁ ଛାଡି ମାଆ ଶୌଚ ହେବା ପାଇଁ ଗଲା ବେଳେ ଶିଶୁଟି ନାଳ ପାଣିରେ ବୁଡି ଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ଶିଶୁକୁ ପାଣିରୁ ଉଦ୍ଧାର କାରି ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ ହେଲେ ମେଡ଼ିକାଲରେ ପହଁଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରମୋଦ କୁମାର ପ୍ରଧାନ ମେଡିକାଲ ରେ ପହଞ୍ଚି ଶବର ପଞ୍ଚନାମା କରି ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏ ନେଇ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.