ନାବାଳିକା ବିବାହକୁ ରୋକିଲେ ସିଡିପିଓ ।

0 848

କୋଦଳା,୦୯/୧୨(ପିପିଟି); ଏପଟେ କରୋନା ମହାମାରୀର ଦ୍ଵିତୀୟ ଲହର ଆଶଙ୍କାର ଭୟାବହତାକୁ ଆଖିଆଗରେ ରଖି ଜିଲ୍ଳା ତଥା କୋଦଳା ତହସିଲ ପ୍ରଶାସନ ଲୋକଙ୍କୁ ସଚେତନ କରି ବିବାହ , ବ୍ରତ ଏବଂ ସାମାଜିକ କାର୍ଯକ୍ରମକୁ ଗାଇଡ଼ ଲାଇନ କୁ ପାଥେୟ କରି ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟ ଶେଷ କରିବାକୁ ସଚେତନ କରୁଥିବା ବେଳେ ପ୍ରଶାସନକୁ ଖାତିର ନ କରି ନାବାଳିକା କନ୍ୟାର ବିବାହ ଭଳି ଆଇନ ବିରୋଧୀ କାର୍ଯ୍ୟ ଆୟୋଜନ କରୁଥିବା ଏବଂ ସିଏମପୀଓ ହାତରେ ଧରାପଡ଼ି କାର୍ଯକ୍ରମ ବନ୍ଦହୋଇଥିବା ଚର୍ଚ୍ଚା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ କନିଆରିବାଡ଼ି ଗ୍ରାମ ରେ । ପ୍ରାପ୍ତ ସୂଚନା ଅନୁଯାଇ ବୁଧବାର କନିଆରିବାଡି ଧରଣୀଧର ନାୟକଙ୍କ ପୁତ୍ର ସୁଦର୍ଶନ ନାୟକଙ୍କ ସହିତ ଉକ୍ତ ଗ୍ରାମର ଦଣ୍ଡାସି ନାୟକଙ୍କ ନାବାଳିକା କନ୍ୟା ଛଦ୍ମନାମ ପୂଜା (୧୬)ର ବିବାହ ପ୍ରସ୍ତୁତି ପର୍ବ ଆୟୋଜନ ହେଉଥିବାର କୌଣସି ସୂତ୍ରରୁ ଖବରଜାଣି ବେଗୁନିଆପଡା ବାଲ୍ୟ ବିବାହ ନିଷେଧ ଅଧିକାରୀ ସିଏମପିଓ ତଥା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସନ୍ଧ୍ୟାରାଣୀ ପାଣିଗ୍ରାହି କୌଣସି ସୂତ୍ରରୁ ଖବର ପାଇ ଏହାକୁ ଅଟକାଇବା ପାଇଁ ବେଗୁନିଆପଡା ଫାଣ୍ଡିର ଦୃଷ୍ଟି ଆକର୍ଷଣ କରି ନିଜର ସୁପରଭାଇଜର ଓ ଷ୍ଟାଫଙ୍କୁ ଧରି କନିଆରିବାଡି ଅଭିମୁଖେ ବାହାରିଥିଲେ ।କିନ୍ତୁ ସେତେବେଳେକୁ ନାବାଳିକା କନ୍ୟା ବିବାହ ନିମନ୍ତେ ପ୍ରାୟୋଜିତ ଶ୍ୱଶୁର ଧରଣୀଧର ଘରକୁ ପହଞ୍ଚି ସାରିଥିଲା । କିଛି ସମୟ ମଧ୍ୟ ରେ ବିବାହ କାର୍ଯ୍ୟ ସମାପନ ହୋଇଥାନ୍ତା କିନ୍ତୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ନିଜର ସହଭାଗୀ ସେଣ୍ଟର ସୁପର ଭାଇଜର ,ପୁଲିସ , ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ଗ୍ରାମ ସରପଞ୍ଚ କସ୍ତୁରୀ ପରିଡା, ସମିତି ସଭ୍ୟ ବିନାୟକ ନାୟକ ଓ କିଛି ଭଦ୍ର ବ୍ୟକ୍ତିଙ୍କୁ ଧରି ଧରଣୀଧରଙ୍କ ଘରେ ପହଞ୍ଚି ଏହା ଧର୍ତବ୍ୟ ଅପରାଧ ବୋଲି କହିଥିଲେ । ଏହାକୁ ହୃଦୟଙ୍ଗମ କରି ଧରଣୀଧର ପିତାପୁତ୍ର ଭଦ୍ର ବ୍ୟକ୍ତି ଏବଂ କନ୍ୟାପିତାଙ୍କ ସମ୍ମୁଖରେ ପୂଜା ସାବାଳିକା ହେବା ପର୍ଯନ୍ତ ନିଜ ବାପଘରେ ରହିବେ ଓ ସାବାଳିକା ହେବାପରେ କୋର୍ଟରେ ବିବାହ କରିବେ ବୋଲି ସମ୍ମତି ପ୍ରକାଶ କରି ସର୍ବସମ୍ମୁଖରେ ଏକ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ । ଏହା ପରେ ନାବାଳିକା କନ୍ୟାକୁ ତାଙ୍କ ପିତାଙ୍କୁ ହସ୍ତାନ୍ତର କରି ସେଠାରୁ ଫେରିଥିବା ନେଇ ସିଡିପିଓ ପ୍ରକାଶ କରିଛନ୍ତି ।ସିଡିପିଓଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ଫେବୃଆରୀ ଓ ମାର୍ଚ୍ଚ ମାସରେ ମଧ୍ୟ ତିନିଗୋଟି ନାବାଳିକା କନ୍ୟାଙ୍କ ବାଲ୍ୟବିବାହକୁ ଅଟକାଇଥିଲେ ।

Leave A Reply

Your email address will not be published.