ନାବାଳିକାର ବାହାଘର ବନ୍ଦକଲା ପ୍ରଶାସନ ।

0 829

ବ୍ରହ୍ମପୁର,୦୨/୧୨(ପିପିଟି); କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତର କୁମାରପୁର ଗ୍ରାମରେ ଏକ ନାବାଳିକାର ବାହାଘର ଉପରେ ରୋକ ଲଗାଇଚି ପ୍ରଶାସନ । ମିଳିଥିବା ସୂଚନା ମୁତାବକ ଆଜି ରାତିରେ ଉକ୍ତ ଗ୍ରାମର ଜଣେ ୧୩ ବର୍ଷର ନାବାଳିକାର ବାହାଘର ଉକ୍ତ ଗ୍ରାମର ଜଣେ ଯୁବକ ସହିତ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା । ଏବଂ ପାଖାପାଖି ୧୦୦୦ ଲୋକଙ୍କ ନିମନ୍ତେ ଏକ ନୈଶୟ ଭୋଜିର ମଧ୍ୟ ଆୟୋଜନ କରିଥିଲେ ପରିବାର ବର୍ଗ କୌଣସି ସୂତ୍ରରୁ ଖବର ପାଇଁ ସଦରଥାନା ପୋଲିସ ସହାୟତାରେ କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅତିରିକ୍ତ ଦାୟିତ୍ୱରେ ଥିବା କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସ୍ଥାନୀୟ ଅଙ୍ଗନୱାଡି ସୁପେରଭାଇଜର ଓ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଉକ୍ତ ବାସଗୃହ ଉପରେ ଚଢ଼ାଉ କରିଥିଲେ ଏବଂ ନାବାଳିକା ଜଣଙ୍କୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ । କରୋନା କଟକଣାକୁ ଅବମାନନା କରି ଭୋଜି ଆୟୋଜନ କରାଯାଇଥିବା କାରଣରୁ ଭୋଜି ବନ୍ଦ କରାଯାଇଥିବାବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଘଟଣା ସ୍ତଲରୁ ବର ସମେତ ବରର ପରିବାର ବର୍ଗ ଫେରାର ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.