ଶେରଗଡ,୨୮/୧୦(ପିପିଟି): ଗଞ୍ଜାମ ଶେରଗଡ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟାପାବୁଲି ଗ୍ରାମର ରଞ୍ଜନ ସ୍ବାଇଁ ନାମଙ୍କ ଜଣେ ଯୁବକ ଜଣେ ଦଶ ବର୍ଷର ଅନୁନ୍ନତଜନଜାତିର ନାବାଳିକାକୁ ଆସେ ଗଛ ପାଖରେ କଣ ଏକ ଜନ୍ତୁ ଅଛି ଦେଖିବୁ କହି ନେଇଯାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଯେତେବେଳେ ପିଡିତା ଚିତ୍କାର କରିଥିଲେ ସେହି ସମୟରେ ଆଖପାଖରେ ଥିବା ଲୋକ ଚାଲିଆସିବାରୁ ଛାଡି ଚାଲିଯାଇଥିଲେ ଓ ପରେ ନାବାଳିକା ଓ ତାର ପରିବାରକୁ ଧମକ ଦେଇଥିଲାଯେ ଯଦି କାହାକୁ କହିବୁ ତାହାହେଲେ ତୋତେ ଓ ତୋ ପରିବାରକୁ ଜୀବନରେ ମାରିଦେବାକୁ ମୋତେ ବେଶି ସମୟ ଲାଗିବ ନାହିଁ କାରଣ ମୋ ପଛରେ ବହୁତ ବଡ ବଡ ଲୋକଙ୍କ ଆଶୀର୍ବାଦ ଅଛି ଓ ମୁଁ ଏ ମାମଲାକୁ ରଫାଦଫା କରିଦେବି କିନ୍ତୁ ଏ କଥାକୁ ପିଡିତା ଖାତିର ନକରି ଶେରଗଡ ଥାନାକୁ ଯାଇ ଅଭିଯୋଗ କରିଥିଲେ ପିଡିତାଙ୍କ ଅଭିଯୋଗ ପ୍ରକାରେଶେରଗଡଥାନାରେ କେଶନଂ-୨୩୩/୨୧ ମାମଲା ରୁଜ୍ଜୁ ହୋଇ ଉକ୍ତ ଅଭିଯୁକ୍ତ ଥାନାରେ ଅଟକ ଥିବା ଥାନା ଅଧିକାରିଣୀ ମମତା ସାମନ୍ତରାୟ ସୂଚନା ଦେଇଛନ୍ତି । ବର୍ତ୍ତମାନ ସରକାର ମମିତା ମେହେର ଘଟଣାରେ ନିନ୍ଦିତ ହେଉଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏ ଘଟଣା ଦେଖିବାକୁ ବାକି ରହିଲାଯେ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କିପରି ପିଡିତାଙ୍କୁ ନ୍ୟାୟ ଦେଉଛି !
(ରିପୋର୍ଟ- ଭିକୁ ନାୟକ। )