ନାଇଟଏଞ୍ଜେଲ ସରୋଜନୀ ନାଇଡୁଙ୍କ ସ୍ମୃତିଚାରଣ ସହ ୧୦୫ତମ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଟିସିସି ।

0 262

ବ୍ରହ୍ମପୁର,୧୩/୦୨(ପିପିଟି): ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି। ଆଜିର ଦିନରେ ମହାନ କବି, ସ୍ୱାଧୀନତା ସଂଗ୍ରାମୀ, ନାଇଟଏଞ୍ଜେଲ ଭାବେ ପରିଚିତ ତଥା ଦେଶର ପ୍ରଥମ ମହିଳା ଗଭର୍ଣ୍ଣର ସରୋଜିନୀ ନାଇଡୁଙ୍କ ୧୪୩ ତମ ପୁଣ୍ୟ ଜନ୍ମତିଥି। ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧୀନତା ପରେ ଉତ୍ତର ପ୍ରଦେଶର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରି ଦେଶର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ। ୭୦ ବର୍ଷ ବୟସରେ ୧୯୪୯ ମସିହାରେ ତାଙ୍କର ଦେହାନ୍ତ ଘଟିଥିଲା। ସ୍ୱର୍ଗତା ନାଇଡୁଙ୍କୁ ତାଙ୍କ ୧୪୩ ତମ ଜନ୍ମତିଥିରେ ପୁଜ୍ୟପୂଜାକୁ ଗୁରୁତ୍ୱ ଦେଉଥିବା ଦକ୍ଷିଣଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସରୋଜନୀ ନାଇଡୁଙ୍କ ସ୍ମୃତିଚାରଣ କରାଯାଇଛି। ଏମକେସିଜି ମୁଖ୍ୟ ଗେଟ ସମ୍ମୁଖରେ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ଏହି ଅବସରରେ ଟିମ କ୍ଲିନ ସିଟିର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଡ଼ଃ ଜଗନମୋହନ ମହାପାତ୍ର ସରୋଜନୀ ନାଇଡୁଙ୍କ ଯଶ ଓ କୀର୍ତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ସାପ୍ତାହିକ ସାମାଜିକ ସେବାକାର୍ଯ୍ୟ କ୍ରମରେ ଟିମ କ୍ଲିନ ସିଟି ପକ୍ଷରୁ ମେଡିକାଲ କ୍ୟାମ୍ପସ ପରିସରରୁ ରାସ୍ତାକଡରେ ଦୁର୍ବିସହ ଜୀବନ ବିତାଉଥିବା ବିଳାଶପୁର ନିବାସୀ କଂହେୟାଙ୍କୁ ଉଦ୍ଧାର କରି ସହାୟତା ପ୍ରଦାନ କରାଯାଇଛି। କଂହେୟାଙ୍କ ସହିତ ଟିମ ପକ୍ଷରୁ ଆଜି ସୁଦ୍ଧା ମୋଟ ୧୦୫ଜଣ ନିରାଶ୍ରୟ ଓ ଅସହାୟ ବ୍ୟକ୍ତିଙ୍କୁ ସେବା ପ୍ରଦାନ କରାଯାଇଛି। ଆଜିର ସମସ୍ତ କାର୍ଯ୍ୟରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ।

Leave A Reply

Your email address will not be published.