ନାଇକାଣି ପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଉଁଶ ହୋଇଗଲା ଦଶ ବଖରା ଘର ।

0 394

କୋଦଳା,୦୨/୦୭(ପିପିଟି);ହୁତୁ ହୁତୁ ହୋଇ ଜଳି ଯାଉଛି ଘର ଗୁଡିକ । କିଛି ଭାବିବା ଆଗରୁ ଜଳି ପୋଡି ପାଉଁଶ ହୋଇଗଲା ଗ୍ରାମର ଚାଳ ଘର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣି ପଲ୍ଲୀ ପଞ୍ଚାୟତର ନାଇକାଣି ପଲ୍ଲୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ଦଶ ରୁ ବାର ବଖରା ଘର । ନିଆଁରେ ଭସ୍ମୀଭୂତ ହୋଇଗଲା ଦଶରୁ ବାର ଟି ପରିବାରର ଘର । ଅଗ୍ନି କାଣ୍ଡର କାରଣ ଜଣା ପଡିନଥିବା ବେଳେ ସୂଚନା ଅନୁଯାୟୀ ନାଇକାଣିପଲ୍ଲୀ ଗ୍ରାମର ମଝି ସାହିରେ ଥିବା ରାଜନ ଖୁଣ୍ଟିଆଙ୍କ ଘରୁ କୌଣସି କାରଣ ବଶତଃ ସଟସର୍କିଟ ଯୋଗୁଁ ହଟାତ ନିଆଁ ଲାଗିଜିବା ଫଳରେ ସାହିରେ ଥିବା ଚାଲ ଘର ଗୁଡିକୁ ନିଆଁ ବ୍ୟାପି ଯାଇଥିଲା ଫଳରେ ଗ୍ରାମର ଜୟ ଖୁଣ୍ଟିଆ, ରାଜନ ଖୁଣ୍ଟିଆ, ଲକ୍ଷ୍ମଣ ଗୌଡ଼, ଛାୟା ଗୌଡ଼, ମେଳିଆ ଗୌଡ଼, ପୁରୁଷୋତ୍ତମ ସ୍ୱାଇଁ, ହଜାରୀ ସ୍ୱାଇଁ, ମହେଶ୍ୱର ସ୍ୱାଇଁ, ତ୍ରିନାଥ ଗୌଡ଼,ବସନ୍ତ ରାଉତ ଓ ପଠାଣ ଖୁଣ୍ଟିଆଙ୍କ ଘର ସମ୍ପୂର୍ଣ୍ଣ ପୋଡି ଯିବା ସହ ବହୁ ଆସବାବ ପତ୍ର ସହ ମୂଲ୍ୟବାନ ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଖଲ୍ଲିକୋଟ ଓ କୋଦଳା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିଥିବା ପରିବାର କୁ ସରକାରୀ ସୁବିଧା ଯୋଗାଇଦେବା ପାଇଁ ଦାବି ହୋଇଛି ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.