ବୋଲଗଡ଼,୦୨/୦୪(ପିପିଟି); ସରକାର ପାନୀୟ ଜଳର ସମସ୍ୟାକୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଗ୍ରାମରେ ପ୍ରତିଟି ପରିବାର ନିକଟରେ ଜଳ ଯୋଗାଣ ବ୍ୟବସ୍ଥା ହେବାର ପ୍ରତିଶୃତି ଦେଇ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସେସବୁ କେତେଦୂର ପୁରଣ କରୁଛନ୍ତି ତାହା ବାରିହୋଇ ପଡୁଛି ସାଗରଗୁଆଁ ପଞ୍ଚାୟତର ଜରିପଡା ଗ୍ରାମକୁ ଦେଖି। ଗ୍ରାମରେ ଥିବା ନଳ କୂପ ଟି ଆଜକୁପ୍ରାୟ ଦୁଇ ବର୍ଷ ହେବ ଅଚଳ ହୋଇ ପଡିଛି। ଏପରିକି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ପଡିଛି। ଯାହା ଉପରେ ଗ୍ରାମର ପ୍ରାୟ ଚାଳିଶି ଟି ପରିବାର ନିର୍ଭର କରୁଥିଲେ। କିନ୍ତୁ ନଳକୂପ ଟି ଅଚଳ ହୋଇ ଜିବାପରେ ପିଇବା ପାଣି ପାଇଁ ଅସୁବିଧା ହେଉଥିବା ର ଗ୍ରାମର ମହିଳା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ନଳକୂପ ଦୀର୍ଘଦିନ ଅଚଳ ହେଇଯାଇଥିବାରୁ ପୋଖରୀରୁ ସେମାନେ ପାଣି ଆଣି ବ୍ୟବହାର କରୁଛନ୍ତି। ଗ୍ରାମ ବାସୀ ଅନେକ ଥର ଜଳଯୋଗାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରି ଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସୁଫଳ ମିଳି ପାରିନାହିଁ। ତେଣୁ ସ୍ଥାନୀୟ ପ୍ରଶାସନ ତୁରନ୍ତ ନଳକୂପ ଟିର ମରାମତି କଲେ ସମସ୍ୟା ର ସମାଧାନ ହୋଇ ପାରନ୍ତା।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )