ନଳକୂପରୁ ବେଆଇନ ଭାବରେ ଘରକୁ ସଂଯୋଗ, ବିଭାଗ ନୀରବଦ୍ରଷ୍ଟା।

0 1,168

ବ୍ରହ୍ମପୁର,୦୯/୦୩(ପିପିଟି):କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଆଠଗଡପାଟଣା ଠାରେ ସର୍ବସାଧାରଣ ବ୍ଯବହାର ପାଇଁ ନିର୍ମିତ ନଳକୂପରୁ ବେଆଇନ ଭାବରେ ପାଇପ୍ ସଂଯୋଗ କରି ଘରକୁ ମଟୋର ଯୋଗେ ପାଣି ନେଉଥିବା ଅଭିଯୋଗ ହୋଇଛି। ଜଣେ ବ୍ଯକ୍ତି ଦୁଇଟି ନଳକୂପରୁ ପାଣି ପାଇପ୍ ସଂଯୋଗ କରି ଘରକୁ ପାଣି ନେଉଥିବା ଯୋଗୁଁ ସାଧାରଣରେ ପାନୀୟଜଳ ବ୍ଯବହାର ସମ୍ଭବ ହେଉନାହିଁ। ଘଟଣା ସମ୍ପର୍କରେ ଜଣାପଡିଛି ଯେ ଆଠଗଡପାଟଣା ବାସିନ୍ଦା ଶିବ ନାୟକ, ପିତା- କଂଗ୍ରେସ ନାୟକଙ୍କ ଦୁଇଟି ଘର ସାମନ୍ତରା ସାହି ଓ ନୂଆସାହିରେ ରହିଛି। ନଳକୂପ ଦୁଇଟି ତାଙ୍କର ଘର ସମ୍ମୁଖରେ ରହିଥିବାରୁ ବେଆଇନ ଭାବରେ ପାଇପ ସଂଯୋଗ କରି ମଟୋର ଲଗାଇ ପାଣି ବ୍ଯବହାର କରୁଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ବ୍ଲକରେ ଅଭିଯୋଗ ହୋଇଥିବା ଶୁଣିବାକୁ ପାଇଛି। ବେଆଇନ ପାଇପ ସଂଯୋଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନଳକୂପକୁ ଜବର ଦଖଲ କରି ବେଆଇନ ପାଇପ ସଂଯୋଗ ଘଟଣାରେ ଥାନାରେ ମାମଲା ରୁଜୁ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.