ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ ।

0 596

ଶେରଗଡ଼,୧୫/୦୮(ପିପିଟି): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ଵାଧୀନତା ଦିବସ ପାଳନ କରାଇଛି ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତିଷ୍ଠାନରେ ଆଜାଦି କି ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି। ପଞ୍ଚାୟତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ପତାକା ଉତ୍ତୋଳନ କରାଯାଇଥିଲା। ଉଚ୍ଚ ବିଦ୍ୟାଳୟ ସଭାପତି ବରୁଣ କୁମାର ପୋଲାଇ ତାଙ୍କ ଉଦ୍ବୋଧନ ରେ ଛାତ୍ର ଛାତ୍ରୀଙ୍କୁ ପରାଧୀନ ଭାରତ ରେ ଲୋକ କିପରି ଇଂରେଜ ସରକାର ଦ୍ୱାରା ଅତ୍ୟାଚାର ଶିକାର ହୋଉଥିଲା ଓ ସ୍ୱାଧୀନତା ପରେ ଲୋକେ କିପରି ଭାବରେ ନିଜେ ନିଜର ସ୍ୱାଧୀନତା ପାଇଲେ ଛାତ୍ର ଛାତ୍ରୀଙ୍କୁ ଉଦ୍ବୋଧନ କହିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଲଡୁ କିଶୋର ନାୟକ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ବୃନ୍ଦାବନ ପତ୍ରଙ୍କ ଉପସ୍ଥିତରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କୋରା ପୋଲାଇ, ରବିନ୍ଦ୍ର ଦାଶ, ସୂର୍ଯ୍ୟ ନାରାୟଣ ଦାଶ, ସାମ୍ବାଦିକ ଭିକୁ ନାୟକ, ଚିତ୍ର ସେନ ପୋଲାଇ ଟୁକୁନା ପୋଲାଇ, ପ୍ରବୀଣ ପୋଲାଇ ବୁଲୁ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ ।

Leave A Reply

Your email address will not be published.