ନଭେମ୍ୱର ୩୦ ପର୍ଯ୍ୟନ୍ତ ଜିଲ୍ଲାରେ ବାଣ ଫୁଟା ବନ୍ଦ: ଜିଲ୍ଲାପାଳ ।

0 359

ଯାଜପୁର, ତା ୦୪/୧୧(ପିପିଟି) :ଚଳିତ ମାସ ୧୦ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ କ୍ରୟ ବିକ୍ରୟ ଏବଂ ବାଣ ଫୁଟାଇବା ଊପରେ ସରକାର କଟକଣା ଜାରି କରିଚ୍ଥନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ଏହା ସ୍ୱାସ୍ଥ୍ୟ ଊପରେ କୁ-ପ୍ରଭାବ ପକାଇବା ସହ ସୁରକ୍ଷା ଊପରେ ମଧ୍ୟ ପ୍ରଭାବ ପକାଊଥିବାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଆଧାରରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଚ୍ଥନ୍ତି । ତେଣୁ ଜିଲ୍ଳାରେ ମଧ୍ୟ ଅନୁରୂପ କଟକଣା ବଳବତର ରହିଚ୍ଥି ଓ କେହି ବାଣ ନ ପୁଂଟାଇବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅନୁରୋଧ କରିଚ୍ଥନ୍ତି । ରାଜ୍ୟ ସ୍ୱତନ୍ତ୍ର ସାହାଯ୍ୟ ଆୟୁକ୍ତ(ଏସ୍.ଆର୍.ସି.)ଙ୍କ ଆଦେଶ ଅନୁପାଳନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ରାଠୋର ସମସ୍ତ ବାଣ ବ୍ୟବସାୟୀ ଏଥିରେ ସହଯୋଗ କରି ବାଣ ବିକ୍ରି ନ କରିବାକୁ ପରାମର୍ଶ ଦେଇଚ୍ଥନ୍ତି । ଏହାର ଖିଲାପ କ୍ଷେତ୍ରର ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଚ୍ଥନ୍ତି । ଆବଶ୍ୟକ ହେଲେ ସନ୍ଦିଗ୍ଧ ସ୍ଥାନ ଗୁଡିକରେ ଯାଞ୍ଚ କରାଯାଇ ଆଇନ ଅନୁସାରେ ଦଣ୍ଡ ବିଧାନ କାଯିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଅଚ୍ଥି ।ଏହି ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କିତ ନିୟମାବଳୀକୁ ଜିଲ୍ଲାବାସୀ ଅନୁପାଳନ କରିବା ସହ ସୁରକ୍ଷିତ ରହିବାକୁ ଜିଲ୍ଳାପାଳ ଅନୁରୋଧ କରିଚ୍ଥନ୍ତି ।

Leave A Reply

Your email address will not be published.