ନବ ନିର୍ମିତ ପାନୀୟ ଜଳ ବିଶୋଧନଗାର କାର୍ଯ୍ଯ ଶେଷ;ଅତି ଶୀଘ୍ର ଲୋକାର୍ପିତ ହେବ – ସାଂସଦ ଶ୍ରୀ ମାଝି ।

0 281

ମାଲକାନଗିରି,ତା:୨୪/୦୯(ପିପିଟି): ମାଲକାନଗିରି ପୌରାଞ୍ଚଳର ଝାଟିମାଟି କଲୋନୀ ଠାରେ ୨୦ କୋଟି ଟଙ୍କା ବ୍ଯୟ ଅଟ୍ଟକଳରେ ନବ ନିର୍ମିତ ଜଳ ବିଶୋଧନ ଗାରର କାର୍ଯ୍ଯ ଶେଷ ହୋଇଛି । ଏହା ଅତି ଶୀଘ୍ର କାର୍ଯ୍ଯକ୍ଷମ କରା ଯାଇ ମାଲକାନଗିରି ପୌରାଞ୍ଚଳରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ପାନୀୟ ଜଳର ଉତ୍କଟ ଅଭାବକୁ ସବୁଦିନ ପାଇଁ ଦୂରିକରଣ ହେବ । ଅତି ଶୀଘ୍ର ପୌରାଞ୍ଚଳବାସୀଙ୍କ ଉଦ୍ଦେଶ୍ଯରେ ଲୋକାର୍ପିତ ହେବ ବୋଲି ସଂସଦ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ , ମାଲକାନଗିରି ପୌରାଞ୍ଚଳରେ ୧୯ ଗୋଟି ୱାର୍ଡ ରହିଥିବା ବେଳେ ଏହାର ବର୍ତ୍ତମାନ ଜନ ସଂଖ୍ଯା ପ୍ରାୟ ୩୯ ହଜାର ୬୯୫ ରେ ପହଞ୍ଚି ଅଛି । ପୂରାତନ ଜଳ ବିଶୋଧନଗାରରୁ ଦୈନିକ ୩ ଏମ.ଏଲ.ଡି ବା ୩୦ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇ ଦିଆ ଯାଉଛି । ଜଣେ ଲୋକ ପିଛା ୧୩୫ ଲିଟର ପାଣି ବ୍ଯବହୃତ ଲାଗି ଜନ ସ୍ବାସ୍ଥ୍ଯ ବିଭାଗ ତରଫରୁ ଯୋଗାଇ ଦିଆ ଯାଉଛି । ଅନେକ ୱାର୍ଡରେ ନୂତନ ଜନ ବସତି ପ୍ରତି ବର୍ଷ ହେବାରୁ ସେ ସବୁ ଅଞ୍ଚଳରେ ଜଳ ସଂକଟ ଲାଗି ରହିଛି ।ଏହା ବ୍ଯତୀତ ଡିଏନକେ ପ୍ରକଳ୍ପରୁ ବିଛା ଯାଇଥିବା ପାଇପଗୁଡିକ କେଉଁଠି ଅକାମୀ ହେବା ଯୋଗୁଁ ଜନ ସାଧାରଣ ପାନାୟ ଜଳ ସମସ୍ଯର ସମ୍ମୁଖୀନ ହୋଇଥାନ୍ତି ।ଏହାର ସ୍ଥାୟୀ ସମୀଧାନ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉଦ୍ଯମରେ ନୂତନ ଭାବେ ମାଲକାନଗିରି ଝାଟିମାଟି କୋଲନୀ ଠାରେ ପାନୀୟ ଜଳ ବିଶୋଧନ ଗାର ପ୍ରତିଷ୍ଠା କରାଯାଇଛି । ଫଳରେ ମାଲକାନଗିରି ପୌରାଞ୍ଚଳରେ ଥିବା ପାନୀୟ ଜଳ ସଂକଟ ସବୁ ଦିନ ପାଇଁ ଦୂରିକରଣ ହେବ ଏଥିରେ ସନ୍ଦେହ ନାହିଁ ।
ନବ ନିର୍ମିତ ପାନୀୟ ଜଳ ବିଶୋଧନଗାର କାର୍ଯ୍ଯ କ୍ଷମ ହେଲେ ଦୈନିକ ୫.୩୫ ଏମ.ଏଲ୍.ଡି ବା ୫୦ ଲକ୍ଷ ୩୫ ହଜାର ପାନୀୟ ଜଳ ଯୋଗାଇ ଦିଆ ଯିବାର ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି । ଜଣ ପିଛା ଦୈନିକ ୧୫୫ ଲିଟର ଜଳ ବ୍ଯବହାର କରି ପାରିବ । ଅନ୍ଯ ପକ୍ଷରେ କେତେକ ୱାର୍ଡରେ ନୂତନ ପାଇପ୍ ସଂଯୋଗ କରା ଯିବ । ଏଥି ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳ ରଖାଯାଇଛି । ନୂତନ ପାଇପ୍ ସଂଯୋଗ ହେଲେ ୱାର୍ଡ ନଂ:୧,୭,୮,୯, ୧୧.୧୨,୧୭ ଓ ୧୮ ର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ମାଲକାନଗିରି ପୌରାଞ୍ଚଳ ଜନ ସାଧାରଣଙ୍କର କୌଣସି ଦିନ ପାନୀୟ ଜଳ ସମସ୍ଯା ରହିବ ନାହିଁ ବୋଲି କୁହାଯାଇଛି । ଏହି ନୂତନ ପାନୀୟ ଜଳ ବିଶୋଧନଗାର ପ୍ରତିଷ୍ଠା ହୋଇଥିବାରୁ ଏବଂ ଅତି ଶୀଘ୍ର ଲୋକାଭୀମୁଖି କରାଯିବା ପରିପ୍ରେକ୍ଷୀରେ ମାଲକାନଗିରି ପୌରାଞ୍ଚଳବାସୀ ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜନକଲ୍ଯାଣ କାର୍ଯ୍ଯ ପାଇଁ ସଂସଦ ରମେଶ ଚନ୍ଦ୍ର ମାଝି,ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ଯକ୍ଷ ମାନସ ମାଡକାମୀ, ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ଜିଲ୍ଲା ବିଜେଡି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ,ସାଧାରଣ ସଂପାଦକ ଗୋପାଳ କୃଷ୍ଣ ପଣ୍ଡା ,ପ୍ରିତପାଲ ସିଂ, ସଂସଦ ପ୍ରତିନିଧି ମନୋଜ କୁମାର ବାରିକ,ପୂର୍ବତନ କାଉନସିଲର ବିଜୟ ଲକ୍ଷ୍ମୀ ସେଠୀ ପ୍ରମୁଖ ଧନ୍ଯବାଦ ପ୍ରଦାନ କରିଛନ୍ତି । ସଂସଦ ରମେଶ ଚନ୍ଦ୍ର ମାଝିଙ୍କ ନେତୃତ୍ବରେ ବିଜେଡି କର୍ମକର୍ତ୍ତାମାନେ ମାଲକାନଗିରି ପୌରାଞ୍ଚଳର ବିଭିନ୍ନ ୱାର୍ଡଗୁଡିକୁ ବୁଲି ଜନ ସାଧାରଣମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବିଶେଷ କରି ପାନୀୟ ଜଳ ସମସ୍ଯା ସମାଧାନ ଲାଗି ସଂସଦ ଶ୍ରୀମାଝିଙ୍କୁ ଅଭିଯୋଗ କରିଥିଲେ । ସଂସଦ ଶ୍ରୀ ମାଝି ପାନୀୟ ଜଳ ସମସ୍ଯା ଆଉ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.