ନବ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟିତ ।

0 287

ପଦ୍ମପୁର,ତା-୧୦/୧୦(ପିପିଟି); ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶକ୍ତି ଗ୍ରାମରେ ନୂତନ ଅଙ୍ଗନୱାଡି କେନ୍ଦ୍ରକୁ ସରପଞ୍ଚ ଧନମତି ପାଣ୍ତେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ।ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର କରାଯାଇଥିଲା । ଗ୍ରାମାଞ୍ଚଳରେ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ଅଙ୍ଗନୱାଡି କେନ୍ଦ୍ର ସହାୟକ ହେବ ବୋଲି ସରପଞ୍ଚ ଧନମତୀ ପାଣ୍ତେ ବକ୍ତବ୍ୟ ରଖିଥିଲେ । ସମିତି ସଭ୍ୟା ମିଥିଲା ସାହୁ,ୱାର୍ଡ ସଭ୍ୟ ଗଜାରାମ ବନଛୋର,ପ୍ରସାଶନିକ ଅଧିକାରୀ ଓ ଗ୍ରାମବାସୀବୃନ୍ଦ ଯୋଗଦାନ କରି ନିଜ ଗ୍ରାମରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟପାଇଁ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପ୍ରସଂଶା କରିଥିଲେ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.